ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଯାତ୍ରା ଅନୁଷ୍ଠିତ

କଳାହାଣ୍ଡି ଜିଲା ବିକାଶ ପରିଷଦ ପକ୍ଷରୁ ଆଜି ଗୋଳମୁଣ୍ଡା ଠାରେ କ୍ରାନ୍ତି ଯାତ୍ରା ଦେଖିବାକୁ ମିଳିଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ।. ବିଶ୍ଵଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ ହିନ୍ଦ ଫୋଜ ଓ ଆଜାଦ ହିନ୍ଦ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖ ଦିନ ଭାରତ ସ୍ୱାଧୀନ ଘୋଷଣା କରିଥିଲେ।. ନେତାଜୀଙ୍କ ଏହି ପଦକ୍ଷେପ କୁ ତତ୍କାଳୀନ ବିଶ୍ୱର କିଛି ଦେଶ ସମର୍ଥନ ଜଣାଇଥିଲେ. ଯାହାଫଳରେ ଭାରତ ସ୍ୱାଧୀନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଥିଲା । ନେତାଜୀଙ୍କ ଏହି ମହାନ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ପ୍ରୟାସ କରିଛି କଳାହାଣ୍ଡି ବିକାଶ ପରିଷଦ. ଚଳିତ ଡିସେମ୍ବର ୩୦ ରୁ ଆରମ୍ଭ ହୋଇ ଜାନୁଆରୀ ୨୩ ପର୍ଯ୍ୟନ୍ତ ଚାଲିବ ଏହି କ୍ରାନ୍ତୀଯାତ୍ରା ବୋଲି ବିକାଶ ପରିଷଦ ପକ୍ଷରୁ ସୂଚନା ଦେଇଥିଲେ। ବିକାଶ ପରିଷଦ ଅଧ୍ୟକ୍ଷ ଡ଼.ସୁନୀତି ମୁଣ୍ଡ ଙ୍କ ନେତୃତ୍ୱରେ ଗୋଳମୁଣ୍ଡା ଠାକୁରାଣୀ ମନ୍ଦିର ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପଦ ଯାତ୍ରା କରିଥିଲେ। ଏଥିରେ ନେତାଜୀଙ୍କ ବାର୍ତ୍ତା “ମୋତେ ନିରପେକ୍ଷ ଦିଅ ମୁଁ ତୁମକୁ ସ୍ୱଚ୍ଛତା ଦେବି” ଏବଂ ନିଜର ସ୍ବାଭିମାନ କୁ କିପରି ବଞ୍ଚାଇ ରଖିବା ତାହା ଉପରେ ସମସ୍ତଙ୍କୁ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଚୁନିଲାଲ ଅଗ୍ରୱାଲ, ପ୍ରସନ୍ନ ରାଉତ, ପ୍ରଦୀପ ପଣ୍ଡା ଶ୍ୟାମ ସୁନ୍ଦର ଅଗ୍ରୱାଲ, ଦୁର୍ଗେଶ ରଣା,ବିରଞ୍ଚି ନାରାୟଣ ପଣ୍ଡା ସମେତ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ମରଣ ଯନ୍ତା ପାଲଟିଛି କଣ୍ଟାମାଳ ଠାରୁ ବୋରିଗୁମ୍ମା ରାସ୍ତା

masiha

ଲଗାଣ ବର୍ଷାରେ ଭାଙ୍ଗିଲା ଘର 

Sunil Chandra Nayak

ଆରମ୍ଭ ହେଲା ପବିତ୍ର ରମଜାନ ମାସ

Sunil Chandra Nayak

Leave a Comment

error: Content is protected !!