ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ବୃଦ୍ଧଙ୍କ ଶବ ଉଦ୍ଧାର

ଡାବୁଗାଁ, ୧୩/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜବାଗୁଡା – ବଡଓଲମା ମୁଖ୍ୟ ରାସ୍ତା କଡରେ ଥିବା ଅର୍ଦ୍ଧ ନିର୍ମିତ ଘର ମଧ୍ୟରୁ ଶୁକ୍ରବାର ସନ୍ଧ୍ୟାରେ ଏକ ଅଜଣା ବୃଦ୍ଧ ଙ୍କ ଶବ ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଜବାଗୁଡା – ବଡଓଲମା ମୁଖ୍ୟ ରାସ୍ତା କଡରେ ଥିବା ଅର୍ଦ୍ଧ ନିର୍ମିତ ଘର ମଧ୍ୟରେ ଜଣେ ବୃଦ୍ଧ କିଛି ଦିନ ହେଲା ରହୁ ଆସୁଥିଲେ | ଆଜି ସନ୍ଧ୍ୟାରେ ବୃଦ୍ଧ ଜଣଙ୍କ ମରି ପଡିଥିବା କିଛି ଲୋକ ଦେଖି ଡାବୁଗାଁ ଥାନାକୁ ଖବର ଦେଇଥିଲେ | ଖବର ପାଇ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଓ ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ | ମୃତ ବୃଦ୍ଧ ଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ | ତାଙ୍କର ପରିଚୟ ମିଳିନାହିଁ | ବୃଦ୍ଧ ଙ୍କ ଶବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯିବ ଓ ପରେ ଶବ ସତ୍କାର କରାଯିବ ବୋଲି ପୋଲିସ ସୂଚନା ଦେଇଛି | ଏନେଇ ଥାନା କେସ ନଂ ୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଥୁଆମୁଳ ରାମପୁର; ବିକାଶ ନାଁରେ ମାଳମାଳ ଯୋଜନା ବିକାଶ ବାଟବଣା, ସମସ୍ୟା ଅନେକ ଏହାର ସମାଧାନ ଶୂନ ଅଞ୍ଚଳବାସୀ ହନ୍ତସନ୍ତ

Sunil Chandra Nayak

ଘର ପୋଡି ସୁବୁକିଛି ପାଉଁଶ ହୋଇଯାଇଛି

Sunil Chandra Nayak

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

masiha

Leave a Comment

error: Content is protected !!