ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଣ୍ଟାବାଞ୍ଜି ବିଜୟୀ

 ‌‌‌‌‌‌‌‌‌ନର୍ଲା-(ମନିସ) ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ରୋମାଞ୍ଚକର ଖେଳ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇ ଶେଷରେ କଣ୍ଟାବାଞ୍ଜି ବିଜୟୀ ହୋଇଛି। କଣ୍ଟାବାଞ୍ଜି ଦଳ ୨-୦ ଗୋଲରେ କୋରାପୁଟକୁ ପରାସ୍ତ କରି ସେମି ଫାଇନାଲକୁ ପ୍ରବେଶ କରିଛି। ଆଜିର ଏହି ଖେଳଟିକୁ ନବୀନ ନାଏକ ପରିଚାଳନା କରିଥିବା ବେଳେ ସୁରେଶ ନାଏକ ଓ ଛବି ନାଏକ ସହଯୋଗ ପ୍ରଦାନ କରିଥିଲେ। ଅତିଥି ଭାବେ ଶିକ୍ଷାବିତ ବଦ୍ରି ମିଶ୍ର, ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ଶିଳ୍ପପତି ବିମଳ କେଡିଆ, ନର୍ଲା ଆଇଆଇସି ଗଙ୍ଗାଧର ମେହେର ଓ କେସିଙ୍ଗା ଏସଡିପିଓ ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା କାଲି ଯେଉଁ ଦଳ ବିଜୟୀ ହେବ ସେହି ଦଳ ୧୯ ତାରିଖ ଦିନ ବଲାଙ୍ଗୀର ଦଳକୁ ଭେଟିବାର ସମ୍ଭାବନା ରହିଛି।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

କୁଜଙ୍ଗ ବ୍ଲକର ପଙ୍କପାଳ ଠାରେ ବିକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

Sunil Chandra Nayak

ଭାଗିରଥି ଯୁବକ ସଂଘ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!