ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର

କୋକସରା,୧୦/୯ // ରାଜ୍ୟ ସ୍ତରୀୟ ଭଳିବଲ ଚାମ୍ପିୟାନସିପ ୨୦୨୩/୨୪ ରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର। ଏନେଇ ଜିଲ୍ଲା ଡିଇଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱୟଂ ଧ. ମାଝୀ, ଜବାହାର ଉଚ୍ଚ ବିଦ୍ୟାଳୟର ଛାତ୍ର ମନ ମୋହନ ମାଝୀ, ଥୟନ୍ତ ନାଏକ ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଚାମ୍ପିୟାନସିପ ଆସନ୍ତା ୧୨/୦୯ ରୁ ୧୫/୦୯ ପର୍ଯ୍ୟନ୍ତ ସ୍ପୋର୍ଟ ହଷ୍ଟେଲ ପଡ଼ିଆ ଭୀମ ପୁରା ରେମୁଣା ବାଲେଶ୍ଵର ଜିଲ୍ଲା ଠାରେ ଅନୁଷ୍ଠିତ ହେବ। କୋକସରା ଜବାହାର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ୩ ଜଣ ଛାତ୍ର ଭଳିବଲ କୋଚିଂ ନେଉଥିଲେ। ୩ ଛାତ୍ର ରାଜ୍ୟ ସ୍ତରୀୟ ଭଳିବଲ ଚାମ୍ପିୟାନସିପ ପାଇଁ ମନୋନୀତ ହେବାପରେ ସ୍କୁଲର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଛାତ୍ରଙ୍କୁ ଶୁଭେଚ୍ଛା ଜଣେଇବା ସହ ଭଲ ଖେଳ ପ୍ରଦର୍ଶିତ କରି ଶିକ୍ଷାନୁଷ୍ଠାନର ଗୌରବ ରଖିବାକୁ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଆନ୍ତଃ ଉଚ୍ଚ ମାଧ୍ୟମିକ ମହିଳା କବାଡି ପ୍ରତିଯୋଗିତା ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ

Sunil Chandra Nayak

ଭୂବନ କପ୍ ର ଅନ୍ତିମ ଲିଗ୍ ମ୍ୟାଚ ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!