ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ବୃଦ୍ଧ ମୃତ

ପୋଖରୀରେ ବୁଡି ବୃଦ୍ଧ ମୃତ

ଡାବୁଗାଁ, ୨୭/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜୁନାପାଣି ପଞ୍ଚାୟତ ଅଧୀନ ଗିର୍ଲା ଗ୍ରାମରେ ରବିବାର ପୋଖରୀରେ ବୁଡି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକର ଜୁନାପାଣି ପଞ୍ଚାୟତ ଅଧୀନ ଗିର୍ଲା ଗ୍ରାମର ଡ଼ମ୍ବରୁ ଭତ୍ରା (୬୦) ପୂର୍ବାହ୍ନ ୧୧ ଘ. ସମୟରେ ଗ୍ରାମ ପାଖ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ । ଅପରାହ୍ନ ୧ ଘ. ସମୟ ହେବାରୁ ଡମ୍ବରୁ ଗାଧୋଇବାକୁ ଯାଇ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ | ପରେ ପୋଖରୀ ପାଖକୁ ଯାଇ ଦେଖିଥିଲେ ଯେ ପୋଖରୀ ରେ ଡମ୍ବରୁଙ୍କ ଶରୀର ଭାସୁଥିବା ଦେଖିଥିଲେ | ଅପରାହ୍ନ ୩ ଘ. ସମୟରେ ଡ଼ାବୁଗାଁ ଅଗ୍ନିଶମ କେନ୍ଦ୍ର କୁ ଖବର ଦେଇଥିଲେ । ଖବର ପାଇ ଡ଼ାବୁଗାଁ ଅଗ୍ନିଶମ ବିଭାଗ ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରୁ ଡମ୍ବରୁ ଙ୍କ ମୃତଦେହ ଉଦ୍ଧାର କରି ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେଠାରେ ଡାକ୍ତର ପରକ୍ଷା କରି ମୃତ ଘୋଷଣା କରିଥିଲେ | ଏନେଇ ମୃତକ ଙ୍କ ପୁତୁରା ଯୋଗେନ୍ଦ୍ର ଭତ୍ରା ଡ଼ାବୁଗାଁ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲା କୁ ଭିତ୍ତି କରି ଡ଼ାବୁଗାଁ ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ । ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ | ଏନେଇ ଥାନା କେସ ନଂ ୩୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିଆର କାଉନସେଲି

masiha

ଚାରି ମାସ ପରେ ତେନ୍ତୁଳିଖୁଣ୍ଟି ତହସିଲ ପାଇଲା ନିୟମିତ ତହସିଲଦାର

masiha

ଆରଏସଏସ ପକ୍ଷରୁ ଆସିକାରେ ଶତାବ୍ଦୀ ବର୍ଷ ପୂରଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!