ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକର ପଛକୁ ପିଟିଲା ଟ୍ରକ: ଚାଳକ ଗୁରୁତର

ଟ୍ରକର ପଛକୁ ପିଟିଲା ଟ୍ରକ: ଚାଳକ ଗୁରୁତର

ବସ୍ତା ,୨୭।୧୦ : ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବାରମାଢିଆ ଛକ ନିକଟରେ ଚଳନ୍ତା ଟ୍ରକର ପଛକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାରୁ ପଛ ଟ୍ରକର ଚାଳକ ଗୁରୁତର ହୋଇଛନ୍ତି।ଚାଳକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ କ୍ରିଷ୍ଣା ଜିଲା କାଞ୍ଚିକଚେର୍ଲା ଥାନା ଅଞ୍ଚଳର ଅନୀଲ କୁମାର(୩୬)।ସୂଚନା ଅନୁସାରେ ରବିବାର ପୂର୍ବାହ୍ଣ ୧୧ଟା ସମୟରେ ଏପି ୩୯ଡ଼ବ୍ଲ୍ୟୁ ୧୦୮୨ ନମ୍ବର ବିଶିଷ୍ଟ ଏକ ଅଣ୍ଡା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ ବାହାରି ପଶ୍ଚିମବଙ୍ଗ ଯାଉଥିବା ସମୟରେ ସାମନାରେ ସମାନ ଦିଗରେ ଯ‍ାଉଥିବା ଏପି ୩୯ୟୁ ୩୫୬୯ ନମ୍ବର ବିଶିଷ୍ଟ ଏକ ଲଙ୍କା ବୋଝେଇ ଟ୍ରକ ଉକ୍ତ ଛକ ନିକଟରେ ହଠାତ୍ ବ୍ରେକ ମାରିଥିଲା।ଫଳରେ ଅଣ୍ଡା ବୋଝେଇ ଟ୍ରକଟି ଲଙ୍କା ଟ୍ରକର ପଛକୁ ଧକ୍କା ଦେଇଥିଲା।ଯାହା ଫଳରେ ଟ୍ରକର ସମ୍ମୁଖ ଭଗ୍ନାବଶେଷ ମଧ୍ୟରେ ଚାଳକ ଚାପି ହୋଇ ରହିଯାଇଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଚାଳକକୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାକୁ ପଠାଇଥିଲେ।ଜାତୀୟ ରାଜପଥ ପହରା ପୁଲିସ ଏବଂ ବସ୍ତା ଥାନା ପୁଲିସ ପହଞ୍ଚି ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ୨ଟି ଟ୍ରକକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଖଣିଅଞ୍ଚଳ ଗରିବ ଲୋକଙ୍କୁ ଟାଟାଷ୍ଟିଲ କମ୍ପାନୀର ଅଣଦେଖା

masiha

ପେନସନ୍ ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ପରିଚୟପତ୍ର ପ୍ରଦାନର ସୁବିଧା ପାଇଁ ଏସବିଆଇ ତରଫରୁ ଏକ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା

masiha

ବଲାଙ୍ଗୀର ପୁଲିସକୁ ୪ ସାହସିକତା ପଦକ 

masiha

Leave a Comment

error: Content is protected !!