ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ କୁରାଳ ପଞ୍ଚମୀ ପାଇଁ ପ୍ରସ୍ତୁତି ବୈଠକ

ତେରେସିଂହାରେ କୁରାଳ ପଞ୍ଚମୀ ପାଇଁ ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା, ୧୬/୧୧ (ସୁଶାନ୍ତ ରଣା): ଆସନ୍ତା ଡିସେମ୍ବର ମାସ ୧୪ ତାରିଖରେ ହେବାକୁ ଥିବା କୁରାଳ ପଞ୍ଚମୀ ପାଳନ ପାଇଁ ତେରେସିଂହା ଠାରେ ଗ୍ରାମ ପଂଚାୟତ ସ୍ତରୀୟ କୁମ୍ଭକାର ସମାଜର ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇ ଯାଇଛି। ସମାଜର ସଭାପତି ଚତୃଭୁଜ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କର୍ଲାମୁଣ୍ଡା ବ୍ଲକ କୁମ୍ଭକାର ସମାଜର ସଭାପତି ମୁରଲୀଧର ରଣା ମୁଖ୍ୟ ଅତିଥି, ଜାତି କୁଟୁମ୍ବ ମାନଙ୍କ ସଭାପତି ତ୍ରିନାଥ ରଣା ସମ୍ମାନିତ ଅତିଥି, ସମ୍ପାଦକ ମନୋଜ କୁମାର ରଣା ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ନିର୍ମଳ ରଣା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସମାଜର ଲତାବନ ରଣା, ହେମସାଗର ରଣା, ଉପସଭାପତି ପର୍ଶୁରାମ ରଣା, କୋଷାଧ୍ୟକ୍ଷ ଜନକ ରଣା, ଡୋଳାମଣି ରଣା, ରଶ୍ମି ରଞ୍ଜନ ରଣା, ଅନାବ ରଣା, ଜୟଦେବ ରଣା, ଦୁର୍ବାସା ରଣା, ହୃଷିକେଶ ରଣାଙ୍କ ସମେତ ଅନେକ କୁମ୍ଭକାର ବନ୍ଧୁ ଉପସ୍ଥିତ ରହିଥିଲେ। ଶେଷରେ କୁମ୍ଭକାର ସମାଜର ସହସମ୍ପାଦକ ତଥା ‘ମସୀହା’ ପ୍ରତିନିଧି ସୁଶାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

masiha

୨୪ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!