ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୪ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ

୨୪ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ

ଭବାନୀପାଟଣା ତା ୩୦.୧୦.୨୦୨୬:।ପିଏମ୍ କିସାନ୍ ସମ୍ମାନନିଧି ର ୨୪ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ବନାସକାଣ୍ଠା ଠାରୁ ପ୍ରଦାନ କରିଛନ୍ତି । ଯାହାର ସିଧା ପ୍ରସାରଣ ଆଭାସୀ ଜରିଆରେ ଭବାନୀପାଟଣା ସ୍ତିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ହୋଇଥିଲା । ଏହି ଯୋଜନାରେ ୪ ମାସକୁ ୨୦୦୦/- ଟଙ୍କା ହିସାବରେ ଏକ କିସ୍ତି ପ୍ରଦାନ କରାଯାଇଥାଏ । ଏହି ୨୪ତମ କିସ୍ତିରେ କଳାହାଣ୍ଡି ଜିଲ୍ଲାର ମୋଟ ୧,୫୨,୯୮୪ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସର୍ବମୋଟ ୩୦କୋଟି ୫୯ଲକ୍ଷ ୬୮ହଜାର ଟଙ୍କା ପ୍ରଦାନ କରାଗଲା । ଆଜି ଓଡ଼ିଶାର ୩୫ ଲକ୍ଷ ରୁ ଉର୍ଦ୍ଧ୍ୱ ଚାଷୀ ଙ୍କ ଜମାଖାତାରେ ୭୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜମା କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗ ଦେବା ସଙ୍ଗେ ଅନ୍ୟତମ ଅତିଥି ଭାବରେ ସାଂସଦ ପ୍ରତିନିଧି ଜୟ ଶଙ୍କର ନାୟକ,ସି ଡି ଏ ଓ ପ୍ରମୋଦ ବଡ଼ପଣ୍ଡା,କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଅମିତାଭ ପଣ୍ଡା, ଡି ଡି ଏଚ ଅଜୟ ପଣ୍ଡା,ଡି ଆଇ ପି ଆର୍ ଓ ମନୋଜ ବେହେରା,ଡି ଡି ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ, ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଭବାନୀ ପାଟଣା ଅଜିତ ମହାପାତ୍ର,ଜିଲ୍ଲା କୃଷି ଅଧିକାରୀ ଧର୍ମଗଡ ଦିପ୍ତିମୟୀ ବାରିକ ଙ୍କ ସମେତ ସମସ୍ତ ବ୍ଲକ ରୁ କୃଷି କର୍ମଚାରୀ,ଚାଷୀ,ଏସ ଏ ଜି ସଦସ୍ୟ ଉପସ୍ଥିତ ଥିଲେ ।ସହକାରୀ କୃଷି ଅଧିକାରୀ ସୋନାଲୀ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦାବି : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ 

Sunil Chandra Nayak

କଲାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

masiha

ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!