ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ବର ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ -୨୦୨୬ ରେ ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ରୀ ଦୀପିକା ରାଉଳଙ୍କ କୃତିତ୍ୱ

ବାଲେଶ୍ବର ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ -୨୦୨୬ ରେ ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ରୀ ଦୀପିକା ରାଉଳଙ୍କ କୃତିତ୍ୱ

ଜଳେଶ୍ଵର,୩୧/୧୦-(ମନିସ):ଜଳେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟର+୩(କଳା)ପ୍ରଥମ ବର୍ଷର ଛାତ୍ରୀ ଦୀପିକା ରାଉଳ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ “ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ-୨୦୨୬” କାର୍ଯ୍ୟକ୍ରମରେ କବିତା ରଚନା ଓ ଆବୃତ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବାଲେଶ୍ୱର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ଠାରୁ ପ୍ରମାଣ ପତ୍ର ଓ ପୁରସ୍କାର ସ୍ୱରୂପ ୩୦୦୦/- ଟଙ୍କା ପାଇ ଛନ୍ତି।ଏହି ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ସମ୍ପୃକ୍ତ ଛାତ୍ରୀ ୨୦୨୫ ମସିହାରେ ମନୋରଞ୍ଜନ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ କବିତା ରଚନା ଓ ଆବୃତ୍ତିରେ ଅଂଶ ଗ୍ରହଣ କରି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ଜଳେଶ୍ୱର ବ୍ଲକ ନେତୁଆ ଗ୍ରାମର ବନମାଳୀ ରାଉଳ ଓ ପୁଷ୍ପଲତା ରାଉଳଙ୍କ ସୁକନ୍ୟା ଦୀପିକା ଜଣେ ମେଧାବୀ ଛାତ୍ରୀ ଅଟନ୍ତି।ସେ +୨(କଳା)ରେ ଦୀନକୃଷ୍ଣ ମହାବିଦ୍ୟାଳୟରେ ସର୍ବାଧିକ ୯୨% ନମ୍ବର ରଖି ବ୍ଲକ ଟପ୍ପର ହୋଇଥିଲେ।ଦୀପିକା ନିଜ ସଫଳତାର ସମସ୍ତ ଶ୍ରେୟ ମହାବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ କୁମାର ସାମଲ ଓ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ସମେତ ମନୋରଞ୍ଜନ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ କୁମାର ହୁଇଙ୍କୁ ଦେଇଛନ୍ତି। ସେମାନଙ୍କ ପ୍ରେରଣା ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ସଫଳତା ପାଇଛନ୍ତି ବୋଲି ଦୀପିକା ପ୍ରକାଶ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କୋମନା ବ୍ଲକ କାଣ୍ଡେତରା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର

Sunil Chandra Nayak

ଛତିଶଗଡ ଚାଲାଣ ବେଳେ ଧାନ ଗାଡ଼ି ଓଲଟିଲା

Sunil Chandra Nayak

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ର ଶୁଭାରମ୍ଭ, ମାସେ ବ୍ୟାପୀ ଚାଲିବ 

Sunil Chandra Nayak

Leave a Comment

error: Content is protected !!