ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

ମୟୂରଭଞ୍ଜ- ୩୦/୦୧ ( ମସିହା) ତିରିଂ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର -ତିରିଂ ରାସ୍ତା ଶିଗଦୀ ଠାରେ ମର୍ମନ୍ତୁଦ ଦୁର୍ଘଟଣା । ରାଇରଙ୍ଗପୁର ଆଡୁ ଟାଟା ଆଡ଼କୁ ବାଇକ୍ ( ଜେ ଏଚ ୫ ପି ୮୫୭୬) ରେ ଯାଉଥିବା ୩ ଜଣ ଯୁବକ ସାମନା ପଟୁ ଦୃତ ଗତିରେ ଆସୁଥିବା କାର୍ (ଜେ ଏଚ ୦୫ ସିଏଲ୨୪୩୪) ଧକ୍କାରେ ବାଇକରେ ଥିବା ୩ ଆରୋହୀ ପିଚ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖଣାହାରୀ ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କଲାବେଳେ ଦୁଇ ଜଣ ଅତି ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାଟି ଅପରାହ୍ନ୭ ଟା ପାଖାପାଖ ସମୟରେ ଘଟିଛି ।ତିନିଜଣ ମଧ୍ୟରୁ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ଗ୍ରାମର ଭୀମ ସୋରେନ ଏବଂ ରାମ ସୋରେନ ଏବଂ ଅନ୍ୟଜଣେ ପଡୋଶୀ ଝାଡଖଣ୍ଡ ରାଜ୍ୟର ରାଜନଗର ଅଂଚଳର ଦାମୋଦର ହାଁସଦା । ରାମ ସୋରେନଙ୍କୁ ଡାକ୍ତର ମୃତ କରିଛନ୍ତି ।ତିରିଂ ଥାନାଧିକାରୀ ରତ୍ନାକର ଦାସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପଠାଇବା ସହ କାର ଓ ବାଇକକୁ ଜବତ କରିଛନ୍ତି ।କାର ଡ଼୍ରାଇଭର ଏବଂ ଜଣେ ଆରୋହୀଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା

କବି କ୍ଷିତୀଶ ଚନ୍ଦ୍ର ମାଝୀ ପାଇଲେ କନ୍ଧାନ କବି ସମ୍ମାନ

Sunil Chandra Nayak

ବସ୍ତା ଅଞ୍ଚଳ ସମାଚାର

masiha

Leave a Comment

error: Content is protected !!