ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମପଞ୍ଚାୟତ ସମିତି ସଭ୍ୟା ଅଯୋଗ୍ୟ ଘୋଷିତ

କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମପଞ୍ଚାୟତ ସମିତି ସଭ୍ୟା ଅଯୋଗ୍ୟ ଘୋଷିତ

 କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଉଡୋଳା ଗ୍ରାମ ପଂଚାୟତ ସମିତି ସଭ୍ୟା ଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମାନ୍ୟବର କୋର୍ଟ । ଏ ନେଇ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚିତ ସମିତି ସଭ୍ୟା ବୈଦେହି ବେଶ୍ରା ନାମାଙ୍କନ ସମୟରେ ଭୁଲ ତଥ୍ୟ ପ୍ରଦାନ କରି ନିର୍ବାଚନ ମଇଦାନ ରେ ଓହ୍ଲାଇ ନିର୍ବାଚିତ ହୋଇଥିଲେ । ଯାହାକୁ ନେଇ ପ୍ରତିଦ୍ବନ୍ଦୀ ପ୍ରାଥିନି ମାଧବୀ ଵେଶ୍ରା ନିର୍ବାଚିତ ସମିତି ସଭ୍ୟ ଙ୍କ ବିରୁଦ୍ଧରେ ଓଡ଼ିଶା ପଂଚାୟତ ସମିତି ଅଧିନିୟମ ୧୯୫୯ ଧାରା ୪୫(୧) (ଫ) ରେ ଥିବା ବ୍ୟବସ୍ଥା ପ୍ରକାରେ ଦୁଇ ରୁ ଅଧିକ ସନ୍ତାନ ଥିବା ଦର୍ଶାଇ ବିଚାର ବିଭାଗୀୟ ବରିଷ୍ଠ ଦେୱାନି ବିଚାରପତି,ଜୟପାଟଣା କଳାହାଣ୍ଡି ଙ୍କ ନିକଟରେ ଅଭିଯୋଗ କରିଥଲେ । ଏ ନେଇ ଏକ ଇ,ପି ନ ୦୭/୧୭ ୨୦୨୨/୨୩ ରେ ମାମଲା ଦାଏର କରାଯାଇଥିଲା । ଗତ ତା ୧୮-୧୨-୨୦୨୩ ରିଖରେ ଉପରୋକ୍ତ ମାମଲା ଉପରେ ବିଧିବଦ୍ଧ ଶୁଣାଣି ପୂର୍ବକ ଆବେଦନ କାରୀଙ୍କ ଅଭିଯୋଗ ସତ୍ୟ ବୋଲି ଉପରୋକ୍ତ ଅଦାଲତ ମତ ପୋଷଣ କରି ସେହି କାଉଡୋଳା ପଞ୍ଚାୟତ ସମିତି ନିର୍ବାଚନ ମଣ୍ଡଳୀର ନିର୍ବାଚିତ ସମିତି ସଭ୍ୟା ଶ୍ରୀ ମତି ବୈଦେହ ବେଷ୍ରା ଙ୍କ ଦୁଇ ରୁ ଅଧିକ ସନ୍ତାନ ଥିବାର ସତ୍ୟ ପ୍ରମାଣିତ ହୋଇଥିବାର ପ୍ରମାଣ ପୂର୍ବକ ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଓଡ଼ିଶା ପଂଚାୟତ ସମିତି ଅଧିନିୟମ ୧୯୫୯ ଧାରା ୪୫(୧) (ଫ)ଅନୁଯାୟୀ ଯୋଗ୍ୟ ନୁହନ୍ତି ବୋଲି ରାୟ ପ୍ରକାଶ କରିଥିଲେ । ତା ସହ ବିଚାର ବିଭାଗୀୟ ବରିଷ୍ଠ ଦେୱାନୀ ବିଚାରପତି, ଜୟପାଟଣା କଳାହାଣ୍ଡି ତାଙ୍କ ଆଦେଶରେ ଓଡ଼ିଶା ପଂଚାୟତ ସମିତି ଅଧିନିୟମ ୧୯୫୯ ର ଧାରା ୪୫( ନୀୟ)(୪) ପ୍ରକାରେ ଅଯୋଗ୍ୟ ଘୋଷଣା କରି ଜିଲ୍ଲାପାଳଙ୍କୁ ସମିତି ସଭ୍ୟ ଶୂନ୍ୟ ପଦବୀ ପୁରାଣ ନିମନ୍ତେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଯାହା ଏବେ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ ପାଳନ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

masiha

ମାନଝରି ଗ୍ରାମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

Leave a Comment

error: Content is protected !!