ଆଦିବାସୀ ହୋ ସମାଜ ମହାସଭାର ଦାବି ପରେ ତତ୍ପରତା
— ଗୁରୁ ଲାକୋ ବଦ୍ରାଙ୍କ ଜୟନ୍ତୀ ସରକାରୀ ସ୍ତରରେ ପାଳନ ହେବ
ରାଇରଙ୍ଗପୁର,15/9: ଆଦିବାସୀ ହୋ ଜାତିର ମାତୃଭାଷା ହୋ ଭାଷା ଏବଂ ଲିପି ୱାରାଂଚିତି l ଗୁରୁ ଲାକୋ ବଦ୍ରା ହେଉଛନ୍ତି ଏହି ୱାରାଂଚିତି ଲିପିର ପ୍ରଣେତା l ସେପ୍ଟେମ୍ବର 19 ସ୍ବର୍ଗତ ଗୁରୁ ଲାକୋ ବଦ୍ରାଙ୍କ ଜନ୍ମ ଜୟନ୍ତୀ ଦିବସ l ତାଙ୍କରି ଜୟନ୍ତୀକୁ ସରକାରୀ ସ୍ତରରେ ପାଳନ ପାଇଁ ସରକାରୀ ସ୍ବୀକୃତି ଓ ସେଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ବହନ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳ ସରକାରଙ୍କ ସଂସ୍କୃତି ବିଭାଗ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ)ର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି l ସାମାଜିକ ସଂସ୍ଥା ଆଦିବାସୀ ହୋ ସମାଜ ମହାସଭାର ସଭାପତି ମନୋରଞ୍ଜନ ତିରିଆ ପ୍ରାୟ ମାସକ ତଳେ ଗୁରୁ ଲାକୋ ବଦ୍ରାଙ୍କ ଜୟନ୍ତୀକୁ ସରକାରୀ ଭାବେ ପାଳନ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋୟଙ୍କୁ ଲିଖିତ ଅନୁରୋଧ କରିଥିଲେ l ମାତ୍ର 3/4 ଦିନ ପରେ ଲାକୋ ବଦ୍ରା ଜୟନ୍ତୀ ପଡୁଛି l ସରକାରଙ୍କ ସଂସ୍କୃତି ବିଭାଗ ଏଥିପାଇଁ ପଦକ୍ଷେପ ନେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା l ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ନରେନ୍ଦ୍ର ମୋଦିଙ୍କ ପାଇଁ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ସାନ୍ତାଳ ସମାଜର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମୋହନ ମାଝୀ ଅଳଙ୍କୃତ କରିଛନ୍ତି l ଏହା ସତ୍ତ୍ୱେ ସାନ୍ତାଳୀ ସମାଜର ସାମାଜିକ ସଂଗଠନଗୁଡ଼ିକ ବିଜେପିର ଡବଲ ଇଂଜିନ ସରକାର ବିରୋଧରେ ରହିଛନ୍ତି l ବିଜେପି ଦଳର ନଜର ଏଵେ କୁଡୁ୍ମୀ ଆଉ ହୋ ସମାଜର ଭୋଟ ବ୍ୟାଙ୍କ ଉପରେ l ଗୁରୁ ଲାକୋ ବଦ୍ରାଙ୍କ ଜୟନ୍ତୀକୁ ସରକାରୀ ସ୍ତରରେ ପାଳନ ନିମନ୍ତେ ହୋ ସମାଜରୁ ପ୍ରତିନିଧିତ୍ବ କରୁଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଅନୁରୋଧ କରାଯାଇଥିବା ଜଣା ପଡିଛି l
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

