ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗ ରେ ବ୍ୟାପଜ ବଦଳି ଆଦେଶ ଜାରୀ 

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗ ରେ ବ୍ୟାପଜ ବଦଳି ଆଦେଶ ଜାରୀ 

କନ୍ଧମାଳ : ୨୬/୦୫ :(ମନିସ): ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ମୁଖ୍ୟ ଶିକ୍ଷକ ସ୍ତରର ଅଧିକାରୀ ମାନଙ୍କର ବ୍ୟାପକ ବଦଳି ଆଦେଶ ଜାରି କରାଯାଇଛି । ବିଭାଗର ନୋଟିଫିକେଶନ ନମ୍ବର ୧୩୨୩୮/ଏସଏମଇ, ତା.୨୫.୦୫.୨୦୨୬ ଅନୁଯାୟୀ ରାଜ୍ୟ ମୋଟ ୬୭ ଜଣ ଅଧିକାରୀଙ୍କୁ ନୂତନ ସ୍ଥାନରେ ପଦସ୍ଥାପନ କରାଯାଇଛି । ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ମଧ୍ୟ କିଛି ଅଧିକାରୀଙ୍କର ବଦଳି ହୋଇଛି । ଫିରିଙ୍ଗିଆ ବ୍ଲକ ବିଇଓ ଅଲୋକ ପାଢ଼ୀ ଙ୍କୁ ବରଗଡ଼ ଜିଲ୍ଲା ବରପାଲିକୁ ବଦଳି କରାଯାଇଥିବା ବେଳେ ବାଲିଗୁଡ଼ା ବିଇଓ ମହେଶ୍ୱର ମାଝୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି ଖଜୁରିପଡ଼ା ବିଇଓ ବିନୋଦ ବିହାରୀ ଦିଗାଳଙ୍କୁ ଟିକାବାଲି ବିଇଓ ଭାବେ ପଦସ୍ଥାପନ କରାଯାଇଛି । ରାଇକିଆ ବିଇଓ କେଶବ ମଲ୍ଲିକଙ୍କୁ ଯାଜପୁର ଜିଲ୍ଲା ଦଶରଥପୁରକୁ ବଦଳି କରାଯାଇଛି ଏହାସହ ଗଞ୍ଜାମ, କଟକ, ବାଲେଶ୍ୱର, ମୟୁରଭଞ୍ଜ, ସମ୍ବଲପୁର, ନୟାଗଡ଼, କୋରାପୁଟ, କଳାହାଣ୍ଡି, ଜଗତସିଂହପୁର, ଧେଙ୍କାନାଳ ଓ ଅନ୍ୟାନ୍ୟ ଜିଲ୍ଲାର ଅଧିକାରୀ ମାନଙ୍କର ମଧ୍ୟ ବଦଳି ହୋଇଛି । ସରକାରୀ ନିର୍ଦ୍ଦେଶାନୁସାରେ ସମ୍ପୃକ୍ତ ଅଧିକାରୀମାନେ ଶୀଘ୍ର ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେବାକୁ କୁହାଯାଇଛି ।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ନିଆଁ ରୁ ସୁରକ୍ଷା କର୍ମଶାଳା 

Sunil Chandra Nayak

ବିଞ୍ଝାରପୁର ରେ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲ ଙ୍କ ଜନ୍ମ ଜୟନ୍ତୀ

Sunil Chandra Nayak

ପରିବେଶ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ 

masiha

Leave a Comment

error: Content is protected !!