ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

ପୌଷ ମାସର ପୂର୍ଣ୍ଣିମା ତିଥିରେ ଅଞ୍ଚଳରେ ଧୁମଧାମ୍ ରେ ପାଳନ କରାଯାଏ। ପୁଷପୁନି ପର୍ବ।ଏହା ହେଉଛି ଏଠାକାର ପରମ୍ପରା,ସଂସ୍କୃତି ସହିତ ଜଡି଼ତ ଗୋଟେ ଗଣପର୍ବ। ପଶ୍ଚିମ ଓଡି଼ଶାରେ ଏହାର ବିଶେଷ ମହତ୍ତ୍ଵ ରହିଛି। ଏହି ଦିନ ଇଂରାଜୀ ମାସ ଅନୁଯାୟୀ ଜାନୁୟାରୀ ମାସରେ ପଡି଼ଥାଏ। ଯାହା ଓଡି଼ଆ ମାସର ପୂର୍ଣ୍ଣିମା ତିଥିରେ ହିଁ ପାଳନ କରାଯାଏ। ଏହା ରାଜା,ଗୌନ୍ତିଆ,ଜମିଦାରୀଙ୍କ ସମୟରୁ ଏ ପର୍ଯ୍ୟନ୍ତ ଧୂମଧାମରେ ପାଳନ ହୋଇ ଆସୁଛି। ଏହା ଏକ କୃଷି ଭିତ୍ତିକ ପର୍ବ। ଯେଉଁ ପର୍ବର କି କୃଷକ ଓ ଗ୍ରାମ୍ଯ ଜୀବନ ସହ ବିଶେଷ ସମ୍ପର୍କ ରହିଛି। ଏହିଦିନରେ ରାଜା,ଗୌନ୍ତିଆ,ଜମିଦାର,ମହାଜନ,ସାହୁକାର ଶ୍ରେଣୀଙ୍କ ଘରେ ଯେଉଁ ମାନେ କାମ କରୁଥାନ୍ତି। ସେହି ଲୋକ ମାନଙ୍କୁ ଏହି ଦିନରେ ତା’ଙ୍କ ମାଲିକ ଙ୍କ ଘରୁ ଛୁଟି ମିଳିଥାଏ। ସମସ୍ତେ ଆନନ୍ଦ ହୋଇ ତାଙ୍କର ନିଜ ନିଜର ପାରିଶ୍ରମିକ ବେତନ ଗୁଡି଼କ ନେଇ ନିଜ ନିଜ ଘରକୁ ବେଶ୍ ଆନନ୍ଦ,ଉଲ୍ଲାସରେ ଫେରି ଥାଆନ୍ତି। 

  ଏହି ପର୍ବରେ ଗାଁର ବିଶେଷ ମହତ୍ତ୍ଵ ରହିଛି। ସର୍ବ ପ୍ରଥମେ ଗାଁର ଗୌନ୍ତିଆ,ଝାଙ୍କର,ଗଉଡ଼,ଗଁଣା ଆଦି ଗାଁର ଭଦ୍ରବ୍ଯକ୍ତି ଉପସ୍ଥିତ ହୋଇ ଗାଁର ଇଷ୍ଟଦେବୀ ତଥା ଅନ୍ୟାନ୍ଯ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରନ୍ତି। 

       ଏହି ଦିନରେ କୁନି କୁନି ପିଲା ମାନେ ଘର ଘର ବୁଲି ମନରେ ଗୀତ ଗାଇ “ଛେ..ଛେର୍…ଛେରା…”ଛେର୍…ଛେରା..ଦିଅ ଗୋ..ବଛର୍ ମୁଡେ଼ ଥରେ ଆସିଛେ ପୁଷପୁନି ବୋଲି ମାଗିଥାଆନ୍ତି। ଏହି ଦିନରେ ଯାହା ଘରକୁ ଯାଇ ମାଗିଲେ ବି ସେ ଘରର ମହିଳା ମାନେ କୁନିକୁନି ପିଲା,ତଥା ବୁଢା଼ବୁଢୀ଼ ମାନଙ୍କୁ ଧାନ, ଚାଉଳ “ଛେର୍..ଛେରା” ଭାବରେ ଦେଇଥାନ୍ତି। ଏହା ସଙ୍ଗେ ସଙ୍ଗେ କିଛି ଲୋକ ପିଲାମାନଙ୍କୁ ଆନନ୍ଦରେ ପିଠା,ଲଡୁ ଆଦି ମଧ୍ୟ ଦେଇ ସେମାନଙ୍କ ମନକୁ ଜିଣିଥାନ୍ତି। ତା’ରି ସାଥିରେ ଗାଁର ସମସ୍ତଙ୍କ (ଧନୀ,ଗରିବ) ଙ୍କ ଘରେ ଅରିସା ପିଠା,ପକୁଡି଼,ରାଶି ଲଡୁ,ବାଦାମ ଲଡୁ,ଗୁଲାବ ଜାମୁନ ଆଦି ନାନା ଖାଦ୍ଯ ବ୍ଯଞ୍ଜନ ତିଆରି ହୁଏ। ଏହା ବ୍ଯତୀତ ମଧ୍ୟାହ୍ନ ଖାଇବାରେ ଭାତ, ମୁଗଡାଲି, ମାଛ,ମାଂସ, ଛତୁ,ପନିର,ତରକାରୀ ଆଦି ଖିଆଯାଏ। ଏହି ପର୍ବ ବିଶେଷ କରି ପ୍ରାଚୀନ କାଳର ଦକ୍ଷିଣ କୋଶଳ ତଥା ବର୍ତମାନ ଛତିଶଗଡ଼ ରାଜ୍ୟର ଗୋଟେ ମୁଖ୍ଯ ତଥା ଗଣପର୍ବ। ଏହି ପର୍ବ ପଡ଼ୋଶୀ ଛତିଶଗଡ଼ ମାଟି ସହ ମଧ୍ଯ ବିଶେଷ ଭାବରେ ଜଡି଼ତ।ଏହି ପର୍ବର ପାଳନ ଅବସରରେ ଏହି ସଂଧ୍ଯାରେ ପଶ୍ଚିମ ଓଡି଼ଶା ତଥା ଛତିଶଗଡ଼ ରାଜ୍ଯର ବିଭିନ୍ନ ସ୍ଥାନ ଗୁଡି଼କରେ ବିଭିନ୍ନ ପ୍ରକାରର ଲୋକ ନାଚ,ଗୀତ,ଘୁମୁରା ବାଦ୍ୟ, ବର୍ତମାନର ମେଲୋଡି଼,ଅର୍କେଷ୍ଟା କାର୍ଯ୍ଯକ୍ରମ ଗୁଡି଼କ ଆୟୋଜନ କରି ବେଶ୍ ଧୁମଧାମ୍ ର ସହ ଉପଭୋଗ କରନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଚିଲକପୁର ରେଲଷ୍ମୀ ପୂଜା କଳସ ଶୋଭାଯାତ୍ରା

masiha

ମୋକିଆରେ ନୂତନ ରଥ କାଠ ଅନୁକୂଳ

Sunil Chandra Nayak

ମେଦନା ରେ ସତ୍ୟ ସନାତନ ମହିମା ଧର୍ମ ର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ଅନୁଷ୍ଠିତ 

masiha

Leave a Comment

error: Content is protected !!