ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହା ଶିବରାତ୍ରି ଅବସରରେ ଚଳ ଚଞ୍ଚଳ ବିଭିନ୍ନ ଶୈବପୀଠ,ରୁପ୍ରା ଖମ୍ୱପଡା ବିଶେଶ୍ୱର ମହାଦେବଙ୍କ ମନ୍ଦିରରେ ରାତି ୧୦ଟା ରେ ଉଠିଲା ମହାଦୀପ

ରୁପ୍ରା, ୧୮/୨ : ନର୍ଲାବ୍ଲକ୍ ଅଧିନ ରୁପ୍ରା ଖମ୍ୱପଡା ସ୍ଥିତ ଶ୍ରୀ ବିଶେଶ୍ୱର ମହାଦେବଙ୍କ ମନ୍ଦିର ସମେତ ବିଭିନ୍ନ ଶୈବପୀଠ ଗୁଡିକରେ ଆଜି ମହା ଶିବରାତ୍ରୀ ଅବସରରେ ପ୍ରବଳ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ବିଧି ରକ୍ଷା ନିମନ୍ତେ ପୂଜା ଅନୁଷ୍ଠିତ ହୋଇଥିଲା, ମାତ୍ର ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମହାସମାରୋହରେ ଶିବରାତ୍ରି ପାଳନ କରାଯାଉଛି। ରୁପ୍ରା ଖମ୍ୱପଡା ସ୍ଥିତ ଶୈବପୀଠରେ ପୂଜାକର୍ତ୍ତା ଭାବରେ ତେଜରାଜ ସାହୁ ଓ ତାଙ୍କ ପତ୍ନୀ ସୁବାଷିନୀ ସାହୁ ଦାୟିତ୍ବ ନିର୍ବାହ କରିଥିଲେ। ସେହିପରି ନର୍ଲାବ୍ଲକ୍ ମୁସ୍କୁଟି ପଞ୍ଚାୟତ ଅଧିନ ଥୁଆପଦର ସ୍ଥିତ ଭୋଳାନାଥ ଶିବ ମନ୍ଦିର ଠାରେ ୧୭ତମ ଶିବରାତ୍ରି ମହାସମାରୋହରେ ପାଳିତ ହୋଇଯାଇଛି, କର୍ତ୍ତା ଭାବରେ ବିଶିଷ୍ଟ ବୈଦ୍ୟ ନିତ୍ୟାନନ୍ଦ ପାତ୍ର ଓ ତାଙ୍କ ପତ୍ନୀ ଜୟନ୍ତୀ ପାତ୍ର ଦାୟିତ୍ବ ନିର୍ବାହ କରିଥିଲେ। ବ୍ଲକ୍ ଅଧିନ କର୍ମେ ଋଷିପଡା ସ୍ଥିତ ଶୈବପୀଠ, ମୁସ୍କୁଟି ସ୍ଥିତ ଶ୍ରୀ ଭୂତେଶ୍ୱର ମନ୍ଦିର, ଭୀମକେଲା ଶିବ ମନ୍ଦିର, କେନ୍ଦୁପଡା, ବୁଢ଼ୀପଦରର ଦେବଗିରୀ, ବିଲାଟ, କେରାଣ୍ଡିଖୁଣ୍ଟି, ତୁଳାପଡା, ନର୍ଲା, ନର୍ଲାରୋଡ଼, ଛତିକୁଡ଼ା ପ୍ରଭୃତି ଶୈବପୀଠ ଗୁଡିକରେ ମହା ଆଡମ୍ବର ସହକାରେ ମହା ଶିବରାତ୍ରୀ ପାଳନ ହୋଉଛି । ରୁପ୍ରା ଖମ୍ୱପଡା ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବ ମନ୍ଦିରରେ ଭୋର ୩ଟା ରୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଲମ୍ୱା ଲାଇନ ହୋଇଥିବା ବେଳେ ଦିନସାରା ଭକ୍ତ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାଦୀପ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା, ରାତି ୧୦ଟା ରେ ମହାଦୀପ ଉଠିଥିଲା। ଶିବଶକ୍ତି ସଂକ୍ରାନ୍ତି କମିଟିର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ଅଞ୍ଚଳର ଶୁଭେଚ୍ଛୁ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ମହାଶିବରାତ୍ରୀ ଅବସରରେ ଚଳ ଚଞ୍ଚଳ ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ମୂଖ୍ଯାଳୟ ଠାରେ ଓ ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

Sunil Chandra Nayak

ଜଗତସିଂହପୁର ର ପଣ୍ଡିତ ମାନଙ୍କ ଦ୍ୱାରା କେନ୍ଦ୍ରାପଡ଼ା ରେ ବନଦୁର୍ଗା ଓ ମଙ୍ଗଳା ମାଆଙ୍କ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

Leave a Comment

error: Content is protected !!