ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଧନୁ ସଂକ୍ରାନ୍ତି ନୀତି ପାଳିତ

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଧନୁ ସଂକ୍ରାନ୍ତି ନୀତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ଧନୁ ସଂକ୍ରାନ୍ତି ନୀତି ପାଳିତ। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର, ସକାଳ ପ୍ରାୟ ୪ ଟା ସମୟ ରେ ଧନୁ ମୁଆଁ ସହ ପହିଲି ଭୋଗ ଲାଗି ହୋଇଥିଲା।ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ପରେ ପହଡ଼ ପଡ଼ିବ। ଏହି ପହିଲି ଭୋଗ ଏକ ମାସ ଧରି ଚାଲିବ। ପୂଜକ ମନ ସୁମନ ମିଶ୍ର,ଶିବତ୍ସ ମିଶ୍ର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ଏହି ଧନୁ ସଂକ୍ରାନ୍ତି ପହିଲି ନୀତି ପାଳିତ ହୋଇଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ସେବାକାରୀ କିନ୍ନର ସଂଘର ସାବିତ୍ରୀ ବ୍ରତ

ତିର୍ତୋଲ ବ୍ଲକ ପରିସରରେ ବଜରଙ୍ଗ ଵାଲୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!