ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତେରେସିଂହା: ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

ତେରେସିଂହା: ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର ନରସିଂହପୁର ଲକ୍ଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେଉଥିବା ଲକ୍ଷ୍ମୀ ପୂଜା ବା ଲକ୍ଷ୍ମୀ ସୁଆଙ୍ଗ ନାଟକ ଗୁରୁବାର ଉଦଯାପିତ ହୋଇଯାଇଛି l ଅନୁଷ୍ଠାନର ନାଟ୍ୟଗୁରୁ କୃଷ୍ଣଚନ୍ଦ୍ର ରଣାଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ନାଟକ ସମୁଦ୍ର ମନ୍ଥନ, ଲକ୍ଷ୍ମୀ ସ୍ଵୟଂମ୍ବର, ଲକ୍ଷ୍ମୀ ବିବାହ, ଚାଣ୍ଡାଳୁଣୀଙ୍କ ଲକ୍ଷ୍ମୀ ପୂଜା ନାଟକ ଗୁଡ଼ିକ ମଞ୍ଚସ୍ଥ ହୋଇଥିଲା l ଏଥିରେ ମୃଦଙ୍ଗ ବାଦକ ଗୁରୁ ଦୁର୍ବାସା ରଣା ସହଯୋଗ କରିଥିଲେ l ଚଳିତ ବର୍ଷ ଏହି ଅନୁଷ୍ଠାନ ଦ୍ବିତୀୟ ସଂକଳ୍ପର ଏକାଦଶ ବର୍ଷରେ ପଦାର୍ପଣ କରିଛି l ଗୁରୁବାର ଶେଷ ଦୁଇ ପାଳିରେ ହୋଇଥିବା ଏହି ସୁଆଙ୍ଗ ନାଟକରେ ବରୁଣ ରାଜା ଭୂମିକାରେ ଛନ୍ଦା ଚରଣ ରଣା, ଲକ୍ଷ୍ମୀ- ନିତ୍ୟାନନ୍ଦ ରଣା, ଜଗନ୍ନାଥ- ପୂର୍ଣ୍ଣଚନ୍ଦ୍ର ରଣା, ବଳରାମ- ସନ୍ତୋଷ ରଣା, ଚାଣ୍ଡାଳୁଣୀ- ତପବନ୍ତ ରଣା, ଦୂତ- ଶଶୀଧର ରଣା, ଶିବ- ଗୋବର୍ଦ୍ଧନ ରଣା, ଅନ୍ୟମାନଙ୍କ ମଧ୍ୟରେ ରଜନୀ ରଣା, ମନୋଜ ରଣା, ସଦାନନ୍ଦ ରଣା, ରମେଶ, ସୁରେଶ ରଣା, ଗୋପାଳ ରଣା, ପଙ୍କଜ ରଣା, ଅଜିତ ରଣାଙ୍କ ସମେତ ବହୁ କଳାକାର ସହଯୋଗ କରିଥିଲେ l ଏଥିରେ ଅନୁଷ୍ଠାନର ନରେଶ କୁମାର ରଣା କର୍ତ୍ତା ରହିଥିବା ବେଳେ ପୂଜକ ଗିରିଶ ଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ l ଅନୁଷ୍ଠାନର ସଭାପତି ଘନଶ୍ୟାମ ରଣା, ସମ୍ପାଦକ ନାଥ ରଣା, ମେନେଜର ଧନମତ ରଣାଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉଲିକୁପା ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ

Sunil Chandra Nayak

ପାରମ୍ପାରିକ ବାଲିଯାତ୍ରା ଅମଲଭଟ୍ଟା ରେ ଉଦଯାପିତ

Sunil Chandra Nayak

ବଡ଼ନୀ ଗ୍ରାମରେ ସାମୁହିକ ଲକ୍ଷ୍ମୀପୂଜା ଅନୁଷ୍ଠିତ 

masiha

Leave a Comment

error: Content is protected !!