ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତାରେ ଫେବରବ୍ଲକ ପଡିବା କାମକୁ ଲାଗିଲାନି, ଟିକକ ବର୍ଷାରେ ଘର ଆଗରେ ପାଣି ଜମା,ସାହିବାସୀ ହିନସ୍ଥା

ରାସ୍ତାରେ ଫେବରବ୍ଲକ ପଡିବା କାମକୁ ଲାଗିଲାନି, ଟିକକ ବର୍ଷାରେ ଘର ଆଗରେ ପାଣି ଜମା,ସାହିବାସୀ ହିନସ୍ଥା

ଯୋଡ଼ା–ଯୋଡ଼ା ପୌରପାଳିକା ତଥା ଖଣି ସହର ଯୋଡ଼ା ନିଜର ଉଚ୍ଚ ମାନର ଖଣିଜ ପାଇଁ ଯେପରି ପରିଚିୟ ହାସଲ କରିଛି, ଠିକ ସେହିପରି ଭାବରେ ସହରର ଉର୍ଣ୍ଣତି କରଣରେ ଯୋଡ଼ା ପୌରପାଳିକାର ଖ୍ୟାତି ମଧ୍ୟ କୌଣସି ଗୁଣରେ କମ ନୁହଁ। ତେବେ ସହରର ଉର୍ଣ୍ଣତି କରଣରେ ଯୋଡ଼ା ପୌରପାଳିକା ସର୍ବଦା ତତ୍ପର ହୋଇ ଉର୍ଣ୍ଣତ ରାସ୍ତାଘାଟ ଉର୍ଣ୍ଣତି କରାଇବା, ବିଦ୍ୟୁତ ଖୁଣ୍ଟରେ ଆଲୋକ ବ୍ୟବସ୍ଥା କରିବା, ସହରର ଏକାଧିକ ସ୍ଥାନରେ ପାର୍କ, କୁନି କୁନି ପିଲାଙ୍କ ନିମନ୍ତେ ଝୁଲା ଦୋଳିର ବ୍ୟବସ୍ଥା କରିବା,ସହରକୁ ସ୍ୱଛତା ରଖି, ମଇଳା ଗାଡି ଦ୍ୱାରା ଘର ଘର ଯାଇ ମଇଳା ଆବର୍ଜନା ଉଠାଇବା ଭଳି ପ୍ରଭୁତି କାର୍ଯ୍ୟ କରୁଥିବା ଯୋଡ଼ା ପୌରପାଳିକାକୁ ଅତୀତରେ ବହୁ ଉପାଧି ଏବଂ ପୁରସ୍କୃତ ଲାଭ ମଧ୍ୟ ହୋଇଛି। ହେଲେ ସହରରେ କେତେକ ରାସ୍ତାର ଉର୍ଣ୍ଣତି(ନୂତନ ଶୈଳୀରେ ଫେବର ବ୍ଲକ)କରଣ କାର୍ଯ୍ୟରେ ନିମ୍ନ ମାନର ତଥା ଦାୟୁତ୍ବହୀନତା ହେତୁ ଆରମ୍ଭରୁ ନୂତନ ନିର୍ମାଣରେ ରାସ୍ତାର କେଇ କେଇ ସ୍ଥାନରେ ବିଛା ଯାଇଥିବା ଫେବରବ୍ଲକ ଦବି ଯାଇ ଟିକକ ବର୍ଷା ହେଲେ ପାଣି ଜମା ହେଉଥିବାର ଦେଖିବାକୁ ମିଳେ।ସେଭଳି ଦେଖିବାକୁ ଗଲେ, ଯୋଡ଼ା ପୌରପାଳିକା ସ୍ଥିତ ଦୁଇ ନମ୍ବର ୱାର୍ଡର ମୁଖାର୍ଜୀ ହଟିଙ୍ଗରେ ଏଭଳି କେତକ ସ୍ଥାନରେ ତ୍ରୁଟିପୂର୍ଣ୍ଣ ନୂତନ ରାସ୍ତା ନିର୍ମାଣର ରାସ୍ତାରେ ବିଛା ହୋଇଥିବା ବହୁ ଫେବରବ୍ଲକ ଦବି, ଉକ୍ତ ସ୍ଥାନରେ ପାଣି ଜମାଟ ରହୁଥିବାରୁ କେଇ ଲୋକଙ୍କ ଘର ଆଗରେ ବର୍ଷା ପାଣି, ମଇଳା ପାଣି ଜମା ହେଉଥିବାରୁ କେତକ ପରିବାର ବାରମ୍ବାର ସମସ୍ୟା ଭୋଗିବା ଜାଣିବାକୁ ମିଳେ।ସେଭଳି ଦେଖିବାକୁ ଗଲେ କିଛି ମାସ ତଳେ ନୂତନ ଭାବରେ ରାସ୍ତା ନିର୍ମାଣରେ ଫେବରବ୍ଲକ କାର୍ଯ୍ୟ ହୋଇଥିବା ପୌରଅଧିନସ୍ଥ ଦୁଇ ନମ୍ବର ୱାର୍ଡର ଶାସ୍ତ୍ରୀନଗରର ରୁଙ୍ଗଟା ପାର୍କର ଆଗକୁ ଗଲେ, ପ୍ରାୟ ବଡ କୂଅ ପର୍ଯ୍ୟନ୍ତ ସାହିର ମୁଖ୍ୟ ରାସ୍ତାର କିଛି ଅଂଶ ଫେବର ଆରମ୍ଭରୁ ଦବି ରହିଥିବାର ଦେଖିବାକୁ ମିଳେ।ତେବେ ମୁଖାର୍ଜୀ ହଟିଙ୍ଗ ରାସ୍ତାରେ ଜମୁଥିବା ପାଣିକୁ ନେଇ ଫୋନ ଯୋଗେ ସମସ୍ୟାର ଅଭିଯୋଗ କରିଥିବା ସୁଦ୍ଧା ଏଯାଏ କୌଣସି ପ୍ରତିକାର ବ୍ୟବସ୍ଥା ହୋଇନଥିବାରୁ ସାଧାରଣରେ ସାହିବାସୀଙ୍କ ଠାରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

ସଶକ୍ତ ଓଡ଼ିଶା, ବିକଶିତ ଭାରତ – ଯୁବ ଶକ୍ତିର ଭୂମିକା

Sunil Chandra Nayak

ଏନ୍ ଇ ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ବିଶ୍ଵରଞ୍ଜନ ଅଘରିଆଙ୍କୁ ଅଘରିଆ ସମାଜରୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!