ତେନ୍ତୁଳିଖୁଣ୍ଟି 02/01/23 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ଙ୍କୁ ଆଜି ବର୍ଷ ର ପ୍ରଥମ କାର୍ଯ୍ୟ ଦିବସରେ,ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରାଥମିକ ଶିକ୍ଷକସଂଘ ( ଏକ୍ସ କ୍ୟାଡର) ତରଫରୁ ଫୁଲତୋଡ଼ା ଦେଇ ନୂତନ ବର୍ଷ ର ଶୁଭେଚ୍ଛା ଜଣାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଘ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଟାକ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ର ମୁଖ୍ୟ କିରାଣୀ ପି କେ ନାୟକ, ଅରୁଣ କୁମାର ରଥ ,ଦିଲିପ କୁମାର ପଣ୍ଡା,କାଳିନ୍ଦୀ ବିଶୋଇ ,ଦେବେନ୍ଦ୍ର କୁମାର ଲେଙ୍କା ପ୍ରମୂଖ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ଙ୍କୁ ଫୁଲତୋଡ଼ା ଦେଇ ଇଂରାଜୀ ନବ ବର୍ଷ ର ଶୁଭେଚ୍ଛା ଜଣାଇଛନ୍ତି ସଂଘ କର୍ମକର୍ତ୍ତା । ଏଥିରେ ସଂଘ ର ବ୍ଲକ୍ ସଭାପତି ପଙ୍କଜ କର୍କରା, ସମ୍ପାଦକ ଜହନେଶ ପାତ୍ର ବାଘ, ରାଜ୍ୟ ସଂଘ ର ସଚିବ ହାନେସ୍ ପାତ୍ର ବାଘ,ବ୍ଲକ୍ ସଂଘ ର ଉପଦେଷ୍ଟା ନୃସିଂହ ଚରଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ବାସ ନାୟକ, କୃଷ୍ଣ ଚନ୍ଦ୍ର ରଥ ଉପସ୍ଥିତ ଥିଲେ। ସଂଘ ର ସମସ୍ତ ନ୍ୟାର୍ଯ୍ୟ କାର୍ଯ୍ୟ ଏନ ପି ଏସ ଆକାଉଣ୍ଟ ଠାରୁ ଆରମ୍ଭ କରି ଅନ୍ୟ ଅଫିସ କାର୍ଯ୍ୟ ତ୍ୱରିତ ସମ୍ପାଦନ କରିବାକୁ ଅନୁରୋଧ ରଖିଥିଲେ।
ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି