ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲା_ପ୍ରାଥମିକଶିକ୍ଷକ ସଂଘ ଏକ୍ସ କ୍ୟାଡର 

ତେନ୍ତୁଳିଖୁଣ୍ଟି 02/01/23 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ଙ୍କୁ ଆଜି ବର୍ଷ ର ପ୍ରଥମ କାର୍ଯ୍ୟ ଦିବସରେ,ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରାଥମିକ ଶିକ୍ଷକସଂଘ ( ଏକ୍ସ କ୍ୟାଡର) ତରଫରୁ ଫୁଲତୋଡ଼ା ଦେଇ ନୂତନ ବର୍ଷ ର ଶୁଭେଚ୍ଛା ଜଣାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଘ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଟାକ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ର ମୁଖ୍ୟ କିରାଣୀ ପି କେ ନାୟକ, ଅରୁଣ କୁମାର ରଥ ,ଦିଲିପ କୁମାର ପଣ୍ଡା,କାଳିନ୍ଦୀ ବିଶୋଇ ,ଦେବେନ୍ଦ୍ର କୁମାର ଲେଙ୍କା ପ୍ରମୂଖ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ଙ୍କୁ ଫୁଲତୋଡ଼ା ଦେଇ ଇଂରାଜୀ ନବ ବର୍ଷ ର ଶୁଭେଚ୍ଛା ଜଣାଇଛନ୍ତି ସଂଘ କର୍ମକର୍ତ୍ତା । ଏଥିରେ ସଂଘ ର ବ୍ଲକ୍ ସଭାପତି ପଙ୍କଜ କର୍କରା, ସମ୍ପାଦକ ଜହନେଶ ପାତ୍ର ବାଘ, ରାଜ୍ୟ ସଂଘ ର ସଚିବ ହାନେସ୍ ପାତ୍ର ବାଘ,ବ୍ଲକ୍ ସଂଘ ର ଉପଦେଷ୍ଟା ନୃସିଂହ ଚରଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ବାସ ନାୟକ, କୃଷ୍ଣ ଚନ୍ଦ୍ର ରଥ ଉପସ୍ଥିତ ଥିଲେ। ସଂଘ ର ସମସ୍ତ ନ୍ୟାର୍ଯ୍ୟ କାର୍ଯ୍ୟ ଏନ ପି ଏସ ଆକାଉଣ୍ଟ ଠାରୁ ଆରମ୍ଭ କରି ଅନ୍ୟ ଅଫିସ କାର୍ଯ୍ୟ ତ୍ୱରିତ ସମ୍ପାଦନ କରିବାକୁ ଅନୁରୋଧ ରଖିଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ପିତା ମାତା ପାଇଁ ସେବା ଅନୁଷ୍ଠାନ ଜୁନାଗଡ଼ ତରଫରୁ ସ୍ମଶାନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଗଡସାହି-ବାଲିଆପାଳ ଗ୍ରାମପଞ୍ଚାୟତରେ ବନ୍ୟା ପ୍ରଭାବିତଙ୍କୁ ସାଂସଦଙ୍କ ଦ୍ୱାରା ରିଲିଫ୍ ବଣ୍ଟନ

Sunil Chandra Nayak

ଇଭିଏମ ଏବଂ ଭି. ଭି. ପାଟ୍ ଗୋଦାମର ତ୍ରୈମାସିକ ଯାଞ୍ଚ ସମ୍ପନ୍ନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତି 

Sunil Chandra Nayak

Leave a Comment

error: Content is protected !!