ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

ବାଲେଶ୍ଵର,୦୨/୦୧/୨୩- ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ ହୋଇଯାଇଛି । ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ଯାପକ ଦ୍ବାରିକା ନାଥ ଶତପଥୀଙ୍କ ଅତିଥି ପରିଚୟ ପ୍ରଦାନ ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ପରେ ପରେ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଶ୍ରୀ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଔପଦା ଗେଟେଶ୍ବର ମହାବିଦ୍ୟାଳୟର ଅଧ୍ଯାପକ କୈଳାସ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ଔପଦା ମହାବିଦ୍ୟାଳୟର ଇଂରାଜୀ ଅଧ୍ଯାପକ ମଳୟ କୁମାର ବେହେରା ଓ ଗେଟେଶ୍ବର ସଂସ୍କୃତ ମହାବିଦ୍ୟାଳୟର ଅଧ୍ଯାପକ ଶରତ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ । ସଂସ୍କୃତ ଭାଷା ପ୍ରାଚୀନ ଦେବଭାଷା । ଏହି ଭାଷା ଦ୍ବାରା ଦେଶର ଏକତା ଓ ଅଖଣ୍ଡତା ଵଜାୟ ରହିବା ସଂଗେ ସଂଗେ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମର ବୀଜମନ୍ତ୍ର ଉଜ୍ଜୀବିତ ହେବ ବୋଲି ମୁଖ୍ୟ ଅତିଥିଙ୍କ ସମେତ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସଭା ଶେଷରେ ସଂସ୍କୃତଭାରତୀ ଉତ୍କଳ, ବାଲେଶ୍ଵର ଶାଖା ତରଫରୁ ବିସ୍ତାରକ ଅକ୍ଷୟ କୁମାର ଦତ୍ତ ୧୦ ଦିବସୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୫୦ ଜଣରୁ ଉର୍ଦ୍ଧ୍ବ ବିଭାଗୀୟ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କୃତ ଶିକ୍ଷା ପ୍ରଦାନ କରିଥିଲେ । ଏହି ଶିକ୍ଷାଦାନ କାର୍ଯ୍ୟକ୍ରମ ଆସନ୍ତା ତା ୧୩/୦୧/୨୩ ରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

ଜାତୀୟ ବାଳିକା ଦିବସ ପାଳିତ 

masiha

ଆମପାଣି ବଡ଼ବନ୍ଧ ୟର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!