ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ଲାଞ୍ଜିଗଡ଼,୧୬/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ନିକଟସ୍ଥ ଧଅଁରାଭଟାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିଲେ ! ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଶରତ ସାହୁ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଦସ୍ୟ ଅଜିତ କୁମାର ପ୍ରଧାନୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରିହର କୁମାର ପ୍ରମୁଖ ମଞ୍ଚାସୀନ ଥିଲେ ! ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ବେଦବ୍ୟାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତ୍ୟୁଷରଞ୍ଜନ ଦାସ ସଭା ପରିଚାଳନା କରିଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରିହର କୁମାର ଧନ୍ୟବାଦ ଅର୍ପଣ କରିଥିଲେ ! ଆଜି ଦିନ ତମାମ ଅଭିଭାବକମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିବାବେଳେ ଅତିଥିମାନେ କ୍ରୁତୀ ପ୍ରତିଯୋଗୀଙ୍କୁ ପୁରସ୍କ୍ରୁତ କରିଥିଲେ ! ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂହଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରେମାନନ୍ଦ ବେଶ୍ରା, ଦେବରାଜ ରାଉତ, ଘନଶ୍ୟାମ ସାହୁ, ଚୈତନ୍ୟ ଚଣ୍ଡି, ଶିବପ୍ରସନ୍ନ ବାସୁରୀ, ସୁରେଶ ସାହୁ, ପଦୁମୁଖ ରଣା, ରଶ୍ମିତା ନାଏକ, ରୋଜିସ୍ମିତା ସାହୁ, ଗୀତାଞ୍ଜଳି ରାଉତ, ଅମ୍ବିକା ସାହୁ ପ୍ରମୁଖ ପରିଚାଳନା କରିଥିଲେ ! ଏଇ ଅବସରରେ କ୍ରୁଷି ଓ କ୍ରୁଷକ ସଶକ୍ତିକରଣ ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ସଂପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଯୋଗାଣ ବିଭାଗ, ବନ ବିଭାଗ, ଶିକ୍ଷା ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ମିଶନଶକ୍ତି ଆଦି ବିଭାଗ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନୀ ଷ୍ଟଲମାନ ଖୋଲାଯାଇଥିଲା !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

୩ମାସ ବଦଳ ରେ ୨ମାସ ଚାଉଳ ବଣ୍ଟନ ମାମଲା ରେ ଏମ୍ ଆଇ ଫସିବା ସହିତ, ପିଇଓ ଓ ଯୋଗାଣ ସହାୟକ ଙ୍କୁ ବି ଫସାଇଦେଲେ। ହିତାଧିକାରୀ ନିଜ ହକ ଚାଉଳ ପାଇବେ କେବେ?

Sunil Chandra Nayak

ଓଡ଼ିଆ ପକ୍ଷର ତୃତୀୟ ଦିବସ ରେ ଜିଲ୍ଲାରେ ପାରମ୍ପରିକ ପୋଷାକ ପରିଧାନ

masiha

ଧରାକୋଟ ରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!