ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତ୍ରଶିଳ୍ପୀଙ୍କ ରଙ୍ଗ ତୁଳୀରେ ଫୁଟି ଉଠିବ ଚିର ସବୁଜ ଶିମିଳିପାଳ ବିଶାଳ ପେଣ୍ଟିଙ୍ଗକୁ ଆଙ୍କିବାକୁ ଏକାଠି ହେବେ ଚିତ୍ର ଶିଳ୍ପୀ ପିଲାଙ୍କ ସହ ମିଶି ଆଙ୍କିବେ ଶିମିଳିପାଳର ଚିତ୍ର

ଚିତ୍ରଶିଳ୍ପୀଙ୍କ ରଙ୍ଗ ତୁଳୀରେ ଫୁଟି ଉଠିବ ଚିର ସବୁଜ ଶିମିଳିପାଳ ବିଶାଳ ପେଣ୍ଟିଙ୍ଗକୁ ଆଙ୍କିବାକୁ ଏକାଠି ହେବେ ଚିତ୍ର ଶିଳ୍ପୀ ପିଲାଙ୍କ ସହ ମିଶି ଆଙ୍କିବେ ଶିମିଳିପାଳର ଚିତ୍ର 

 ମୟୂରଭଂଜ, -୪/୧୧ —  ନୈସର୍ଗିକ ଶିରୀ ସୁଷମାର ଗନ୍ତାଘର ପ୍ରକୃତି ରାଣୀ ଚିର ସବୁଜ ଶିମିଳିପାଳ କୁ ରଙ୍ଗ ତୁଳୀ ସାହାଯ୍ୟରେ କ୍ୟାନଭାସ ରେ ଚିତ୍ରାୟିତ କରିବାକୁ ମୟୂରଭଞ୍ଜର ନାମୀ ଦାମୀ ଚିତ୍ର ଶିଳ୍ପୀ ଏକାଠି ହେବେ l ଆସନ୍ତା ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ବାରିପଦାର ଶିଶୁ ଉଦ୍ୟାନ ପରିସରରେ ଆୟୋଜିତ ହେବାକୁ ଥିବା ସଂସ୍କାର ଶିଶୁ ମହୋତ୍ସବ ଅବସରରେ ବରିଷ୍ଠ ଓ ଯୁବ ଚିତ୍ର ଶିଳ୍ପୀମାନେ ଏକାଠି ହୋଇ ପିଲାଙ୍କ ସହ ମିଶି ୨୫0 ବର୍ଗ ଫୁଟ ରୁ ଅଧିକ ଆକାରର ଏକ ବିଶାଳ ପେଣ୍ଟିଙ୍ଗ ଅଙ୍କନ କରିବେ l ପୂର୍ବରୁ ଚିର ସବୁଜ ଶିମିଳିପାଳ ଥିମ ରେଏଭଳି ଚିତ୍ର ଶିଳ୍ପୀମାନେ ଏକାଠି ହୋଇ ପୁଣି କୁନି କୁନି ଚିତ୍ର ଶିଳ୍ପୀଙ୍କ ସହ ସାମିଲ ହୋଇ ପେଣ୍ଟିଙ୍ଗ କରି ନ ଥିବା ବେଳେ ଏହା ହେବ ପ୍ରଥମ l ପ୍ରଥମ ଥର ଲାଗି ୫ଫୁଟ ଉଚ୍ଚ ଏବଂ ୫0ଫୁଟରୁ ଅଧିକ ଲମ୍ବ ବିଶିଷ୍ଟ ଏହି ପେଣ୍ଟିଙ୍ଗ ରେ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବ ବିବିଧତା ସାଙ୍ଗକୁ ଦେବକୁଣ୍ଡ, ସମୀବୃକ୍ଷ, ଅଠର ଦେଉଳ, ବରେହି ପାଣି, ଯୋରନ୍ଦା ଆଦି ଜଳପ୍ରପାତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଶିମିଳିପାଳର ବିରଳ କଳା ବାଘ, ଖିଚିଂ ର ମା କିଚକେଶ୍ବରୀ ମନ୍ଦିର, ହରିପୁର ଗଡ଼, ମୟୂରଭଞ୍ଜ ପେଲେସ ଆଦି ସ୍ଥାନ ପାଇବ l ଯାହା ଆମ ସମ୍ଭ୍ରାନ୍ତ ଐତିହ୍ୟ ଓ ପରମ୍ପରା କୁ ଦର୍ଶାଇବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱ ଦରବାର ରେ ଶିମିଳିପାଳର ଗୁରୁତ୍ୱ କୁ ପ୍ରତିପାଦିତ କରିବ l 

ସଂସ୍କାର ଶିଶୁ ମହୋତ୍ସବର ଚଳିତ ବର୍ଷର ଥିମ ଉନ୍ମେଷ ରହିଥିବା ବେଳେ କିଛି ନୂଆ କରି ଦେଖେଇବାର ପରିକଳ୍ପନା ସହ ଉତ୍ତରପିଢ଼ି ଙ୍କୁ କଳାକାରଙ୍କ ମାଟିରେ ମୂଳରୁ ଗଢି ତୋଳିବାକୁ ସ୍ଥାୟୀ ସଭାପତି କୃଷ୍ଣା ନନ୍ଦ ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ଡ଼ଃ ବନଜା ମହାନ୍ତିଙ୍କ ଉପସ୍ଥିତି ରେ ସଂକଳ୍ପ ନିଆ ଯାଇଥିଲା l ଯାହାର ଫଳ ସ୍ୱରୂପ ଏକ ଆଭାସୀ ବୈଠକ ମାଧ୍ୟମରେ ସମସ୍ତ ଚିତ୍ର ଶିଳ୍ପୀ ଏକାଠି ହୋଇ ତାଙ୍କର ମତାମତ ଦେବା ସହ ଆସନ୍ତା ୧୩ ତାରିଖ ପୂର୍ବାହ୍ନ ରେ ସମ୍ମିଳିତ ହୋଇ ଚିର ସବୁଜ ଶିମିଳିପାଳ ଥିମରେ ପିଲାଙ୍କ ସହ ମିଶି ପେଣ୍ଟିଙ୍ଗ କରିବେ ବୋଲି ଉତ୍ସାହର ସହ ସବୁଜ ସଂକେତ ଦେଇଛନ୍ତି l ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ର ପ୍ରତିଷ୍ଠାତା ସଞ୍ଜୟ କୁମାର ଚୌଧୁରୀ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମ ଲୋଚନ ଗିରି ଅଧ୍ୟକ୍ଷତା କରିଥିଲେ l ଏହି ଆଭାସୀ ବୈଠକ ରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜିତେନ୍ଦ୍ର ହେମ୍ବ୍ରମ, ଭଗବାନ ମହାପାତ୍ର, ମାନସ ପତି, ସମରେନ୍ଦ୍ର ବେହେରା, ନିବେଦିତା ମହାନ୍ତ, ଦିବ୍ୟରଞ୍ଜନ ରାଉତ ଏବଂ ବାଲୁକା କଳା ର ପ୍ରଖ୍ୟାତ ଶିଳ୍ପୀ ଦଶରଥ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ l ସମସ୍ତ ଚିତ୍ର ଶିଳ୍ପୀ ଏଭଳି ଏକ ପ୍ରୟାସ କୁ ସାଧୁବାଦ ଦେବା ସହ ଏହି ମହୋତ୍ସବ ରେ ସେମାନଙ୍କର ସହଭାଗିତା ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

Deomali Cleaned Up After Filmmaker Highlights Trash Issue

masiha

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୩ୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ଯୋଗାସନ, ଓଡ଼ିଶୀ ଓ ଭଜନ କାର୍ଯ୍ୟକ୍ରମ

Sunil Chandra Nayak

ଏସ୍ଆରକେ ପବ୍ଲିକ ସ୍କୁଲ, ଥେରୁବାଲି ପକ୍ଷରୁ 77 ତମ ସ୍ବାଧିନତା ଦିବସ ପାଳିତ 

masiha

Leave a Comment

error: Content is protected !!