କୁରୁଗୁଡା ଉଚ୍ଚ ବିଦ୍ୟାଳୟ ରେ ‘ପିତାମାତା-ଅଭିଭାଵକ ଅଂଶୀଦାର’ ସମ୍ମିଳନୀ ଅନୁଷ୍ଠିତ
ଜୁନାଗଡ଼,୧୬/୯(ମ ନି ସ)କଳାହାଣ୍ଡି ଜିଳ୍ଳା ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ବିଦ୍ୟାଳୟ ରେ” ପିତାମାତା-ଅଭିଭାଵକ ଅଂଶୀଦାର” ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଧାନ ଶିକ୍ଷକ ହୃଷିକେଶ ମେହେରଙ୍କ ସଭାପତିତ୍ବ ରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ କ୍ୟାପ୍ ଟେନ୍ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ନିଜର ଦାମ୍ଭିକ ଅଭିଭାଷଣ ରେ ସମସ୍ତ ଅଭିଭାବକ,ଅଭିଭାବିକା,ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସମସ୍ତ ଛାତ୍ରଛାତ୍ରୀ ଙ୍କ ର ମନ ଜିଣି ଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡାକ୍ତର ଭାଲଚନ୍ଦ୍ର ପାଣିଗ୍ରାହୀ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଶ୍ରୀ ଯୁକ୍ତ ଜୟନ୍ତ ମାଝୀ,ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ । ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ରଥ କାର୍ଯ୍ୟକ୍ରମ ଟି ର ପର୍ଯ୍ୟଵେକ୍ଷଣ କରିଥିଲେ ।ଜିଲ୍ଳା ସ୍ତରୀୟ ପର୍ଯ୍ୟଵେକ୍ଷକ ଭାବେ ଜିଲ୍ଳା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ପର୍ଯ୍ୟବେକ୍ଷଣ ଦାୟିତ୍ଵ ରେ ଥିଲେ । ବ୍ଳକ୍ ସ୍ତରୀୟ ପର୍ଯ୍ୟଵେକ୍ଷକ ଭାବେ ଜି.ପି.ଓ ରାଜେନ୍ଦ୍ର କୁମାର ଭୋଇ ଦାୟିତ୍ଵ ରେ ଥାଇ କାର୍ଯ୍ୟକ୍ରମ ଟି ର ସଂପୁର୍ଣ୍ଣ ତଦାରଖ କରିଥିଲେ । ବିଜ୍ଞାନ ଶିକ୍ଷକ ତଥା ଏନ୍ .ସି.ସି ଅଫିସର୍ ସନ୍ତୋଷ କୁମାର ମେହେର ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ର ବିଭିନ୍ନ ପର୍ଯ୍ୟାୟ ରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଶିଲ କୁମାର ନାଗ,କ୍ରୀଡା ଶିକ୍ଷକ ବିଜୟ କୁମାର ନାଏକ,ରୀନା କୁମାରୀ ବେହେରା,ଗିରିଜା ନାଏକ,ସୁନିତା ମିଶ୍ର,ମଞ୍ଜୁ ବାରିକ,ସୁବ୍ରତ କୁମାର ପାଣିଗ୍ରାହୀ,ପ୍ରଦୀପ କୁମାର ପ୍ରଧାନ ,ବିଭୁତି ଚଲାନ୍,ଜିତେନ୍ଦ୍ର ମେହେର,କମଳିନୀ ପଧାନ ପ୍ରମୁଖ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ ର ବିଭିନ୍ନ ବିଭାଗ ର ବିଭିନ୍ନ ଷ୍ଟଲ୍ ମାନ ପ୍ରଦର୍ଶିତ ହୋଇଥିଲା ।ଏଇ ଅବସର ରେ ବିଭିନ୍ନ ପ୍ରତିଯୋଗିତା ମାନ ଛାତ୍ର ,ଛାତ୍ରୀ ତଥା ଅଭିଭାବକ,ଅଭିଭାଵିକା ମଧ୍ୟରେ ହୋଇଥଲା ଏବଂ କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଜନ୍ମେଜୟ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ ।