ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରାଗୁଡା ବିଦ୍ୟାଳୟର ଶିକ୍ଷକ ବଦଳିକୁ ନେଇ କାନ୍ଦିଲେ ଛାତ୍ରୀ ଛାତ୍ର 

ସରାଗୁଡା ବିଦ୍ୟାଳୟର ଶିକ୍ଷକ ବଦଳିକୁ ନେଇ କାନ୍ଦିଲେ ଛାତ୍ରୀ ଛାତ୍ର 

ଡାବୁଗାଁ,୧୫/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସରାଗୁଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶେଣୀ ପର୍ଯ୍ୟନ୍ତ ରହିଅଛି। ଉକ୍ତ ବିଦ୍ୟାଳୟରେ ମୋଟ ୧୫୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି | ଛାତ୍ରୀ ଛାତ୍ର ମାନଙ୍କୁ ଶିକ୍ଷାଦାନ ନିମନ୍ତେ ମାତ୍ର ୩ ଜଣ ଶିକ୍ଷକ ଥିଲେ l ସେମାନଙ୍କ ମଧ୍ୟରୁ ଶିକ୍ଷକ ଦିବାକର ବାରିକ ଙ୍କୁ ଡାବୁଗାଁ ଏକ୍ସ ବୋର୍ଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି l ଏବେ ପିଲାଙ୍କୁ ଶିକ୍ଷା ଦାନ କରିବା ପାଇଁ ବହୁ ଅସୁବିଧା ହେଉଛି । ଶିକ୍ଷକ ଏହି ସ୍କୁଲରେ ରୁହନ୍ତୁ ବୋଲି କାନ୍ଦିକାନ୍ଦି ପ୍ରତିବାଦ କରୁଛନ୍ତି କୁନିକୁନି ଛାତ୍ରୀ ଛାତ୍ର । ଶିକ୍ଷକ ଯଦି ଆମ ବିଦ୍ୟାଳୟରେ ରହିବେ ନାହିଁ, ତେବେ ଆମ୍ଭେ ମାନେ ସ୍କୁଲକୁ ଆସିବୁ ନାହିଁ ବୋଲି କାନ୍ଦି କାନ୍ଦି କହୁଛନ୍ତି । ଶିକ୍ଷକ ଅଭାବ ବେଳେ ଶିକ୍ଷକଙ୍କ ବଦଳିକୁ ଖାଲି ଛାତ୍ରୀ ଛାତ୍ର ଙ୍କ ସହ ଅଭିବାବକ ମାନେ ମଧ୍ୟ ବିରୋଧ କରୁଛନ୍ତି। ଏନେଇ ଅଭିଭାବକ ମାନେ ମଧ୍ୟ ଶୁକ୍ରବାର ଲିଖିତ ଭାବେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇଛନ୍ତି | ସେହି ଶିକ୍ଷକ ଙ୍କ ବଦଳି ବାତିଲ କରାନଯାଏ ତେବେ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଅଭିବାବକ କପୁର ମାଝି, ଚୈତନ ଭତରା, ସୁକଦେବ ଭତରା, ଲାଇବାନ ଭତରା, ବଳରାମ ପନକା, କରମା ପୂଜାରୀ, ଦଳ ପୂଜାରୀ, ପୁରନ ମାଝି ପ୍ରମୁଖ କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଇ.ଆଇ.ସି.ତରଫରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଓ ବାଲ୍ୟ ବିବାହ ସମସ୍ୟାକୁ ରୋକିବାକୁ ହେଲେ ବିଭିନ୍ନ ଜାତି ଓ ଧାର୍ମିକ ଗୋଷ୍ଠୀଙ୍କର ସହଯୋଗ ଆବଶ୍ୟକ: ଅତିରିକ୍ତ ଜିଲ୍ଲାପାଳ

୨୬ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

masiha

Leave a Comment

error: Content is protected !!