ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗାମୀ ପର୍ବପର୍ବାଣୀ ନେଇ ଆମ ପୁଲିସର ଶାନ୍ତି ବୈଠକ

ଆଗାମୀ ପର୍ବପର୍ବାଣୀ ନେଇ ଆମ ପୁଲିସର ଶାନ୍ତି ବୈଠକ

ରାଉରକେଲା : ଚଳିତ ମାସ ଓ ଆସନ୍ତା ମାସରେ ବିଭିନ୍ନ ଧର୍ମର ପର୍ବପର୍ବାଣୀ ପଡ଼ୁଥିବାରୁ ସେକ୍ଟର ୧୯ ଥାନାର ଆମ ପୁଲିସ ତରଫରୁ ଏକ ଶାନ୍ତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଙ୍କ ଅଧ୍ୟକ୍ଷତା ଓ ଆମ ପୁଲିସର ବରିଷ୍ଠ କର୍ମକର୍ତ୍ତା ଡ଼ଃ ସୁମନ ଦତ୍ତ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ସମ୍ପ୍ରଦାୟ, ପୂଜା କମିଟି ଓ ମାର୍କେଟ କମିଟିର କର୍ମକର୍ତ୍ତାଗଣ ଅଂଶଗ୍ରହଣ କରି ଆଲୋଚନା କରିଥିଲେ। ଆସନ୍ତା ୫ ତାରିଖ ଦିନ ମହମ୍ମଦ ଜୟନ୍ତୀ ଉପଲକ୍ଷେ ସେକ୍ଟର ୨୦ ଆଜାଦ ବସ୍ତିରୁ ଶୋଭାଯାତ୍ରା, ୭ ତାରିଖରେ ଖୁଦୁରୁକୁଣୀ ଶୋଭାଯାତ୍ରା,୧୭ ତାରିଖରେ ବିଶ୍ଵକର୍ମା ପୂଜା, ୨୭,୨୮ ତାରିଖ ବେଳକୁ ସାର୍ବଜନୀନ ଦୁର୍ଗାପୂଜା, ଅକ୍ଟୋବର ମାସରେ ଗଜଲକ୍ଷ୍ମୀ ଓ କାଳୀ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଧର୍ମାବଲମ୍ବୀ ମାନେ ଶାନ୍ତିଶୃଙ୍ଖଳା ସହ ସହରରେ ଭାତୃଭାବ,ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ରେ ପର୍ବପର୍ବାଣୀ ମାନିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ସେହିପରି ସେହିପରି ସେକ୍ଟର ୧୯ ଥାନା ଅଞ୍ଚଳରେ ଛିନତାଇ,ଚୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲା ହ୍ରାସ ପାଇଥିବାରୁ ଉପସ୍ଥିତ ସଦସ୍ୟମାନେ ସେକ୍ଟର ୧୯ ଥାନା କର୍ତ୍ତୁପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଡ଼ଃ ଦତ୍ତ ସମସ୍ତଙ୍କୁ ସ୍ବାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଥାନା ପ୍ରଭାରୀ ଶ୍ରୀ ନାୟକ ପୂଜା ସମୟରେ ସମସ୍ତେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ସନ୍ତୋଷ କୁମାର ସ୍ବାଇଁ, ସଂଗ୍ରାମ କେଶରୀ ମହାନ୍ତି, ଗଣେଶ ଜୟସିଂହ, ସୁନିଲ ଜେନା, କୃଷ୍ଣଚନ୍ଦ୍ର ମିଶ୍ର, ସୁଶାନ୍ତ କୁମାର ସ୍ବାଇଁ, ମନୋଜ କୁମାର ନାୟକ, ଏମଡି ଅମଜାଦ,ଏମଡି ଫାରୁକ,ମୋଘଲା ଖାନ୍,ରହମତ ଖାନ, ଥାନା ସବଇନ୍ସପେକ୍ଟର ରାଜେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କର୍ଲାଗୁଡା ଖୁଦ୍ର ଜଳସେଚନ ପ୍ରକଳ୍ପରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଓକିଲ ସଂଘ ନିର୍ବାଚନ : ୨ ପଦବୀରେ ପ୍ରାର୍ଥୀତ୍ଵ ପ୍ରତ୍ୟାହାର 

Sunil Chandra Nayak

ଆସିକା ଏନ ଏ ସି ର କାଉନିସଲ ବୈଠକ

Sunil Chandra Nayak

Leave a Comment

error: Content is protected !!