ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ପଦଯାତ୍ରା

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ପଦଯାତ୍ରା

ରାଉରକେଲା : ଓଡ଼ିଶା ସରକାରଙ୍କ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ-୧୯୫୬ ଧାରା ୩୮ ଏବଂ ସରକାରଙ୍କ ୧୯୫୬ ଆଇନର ସଂଶୋଧିତ ରାଜପତ୍ର ୨୦୧୮ ପରିଚ୍ଛେଦ ୩୫ରେ ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଏବଂ ନଥିପତ୍ରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ତାହା ଠିକ୍ ଭାବେ ଅନୁଧ୍ୟାନ ଏବଂ ପାଳନ କରାଯାଉ ନାହିଁ । ଯାହା ସରକାରୀ ନିର୍ଦ୍ଦେଶନାମାର ଖୋଲାଖୋଲି ଭଲ୍ଲଙ୍ଘନ । ଏହି ନିୟମରେ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡିତ କରାଯିବାର ଆଇନରେ ବ୍ଯବସ୍ଥା କରାଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ସରକାରଙ୍କ ଶ୍ରମ ବିଭାଗ, ସଂସ୍କୃତି ବିଭାଗ, ନଗର ଉନ୍ନୟନ ବିଭାଗ ସର୍ବୋପରି ଉତ୍କଳ ସମ୍ମିଳନୀର ରାଉରକେଲା ଶାଖା ତରଫରୁ ବିଭିନ୍ନ ସମୟରେ ନିବେଦନ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ । ଏହା ମଧ୍ୟ ପ୍ରତିତ ହେଉଛି ଯେ, କେତେକ ଦୋଳାନ ଏବଂ ପ୍ରତିଷ୍ଠାନ ନାମ ଫଳକ ବଡ ବଡ ଅକ୍ଷରରେ ନିର୍ଭୁଲ ଭାବରେ ନଲେଖିବା ସରକାରଙ୍କ ନିର୍ଦ୍ଦେଶର ଅବମାନନା। ଏହି ପରିପ୍ରେକ୍ଷୀରେ ଆଜି ଉତ୍କଳ ସମ୍ମିଳନୀ, ରାଉରକେଲା ଶାଖା ପକ୍ଷରୁ ବିର୍ସା ଛକ ଠାରୁ ଏକ ପଦଯାତ୍ରା ବାହାରି ରାଉରକେଲାର ସମସ୍ତ ପ୍ରତିଷ୍ଠାନକୁ ଓଡ଼ିଆରେ ନାମ ବୋର୍ଡ ଲେଖିବାକୁ ଅନୁରୋଧ କରାଯାଇଥିଲା। ସମସ୍ତ ବ୍ଯବସାୟ ପ୍ରତିଷ୍ଠାନକୁ ଗୋଟିଏ ମାସ ସମୟ ଦିଆଯାଇଛି ଏହି ନାମ ଫଳକ ଓଡିଆରେ ଲେଖିବାକୁ। ଏଥିପାଇଁ ଏକ ସଚେତନତା ଶୋଭାଯାତ୍ରା ବିର୍ସା ଛକରୁ ଆରମ୍ଭ ହୋଇ ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଲୋଗାନ ଦେଇ ଉଦିତନଗର ଆମ୍ବେଦକର ଛକରେ ପହଞ୍ଚିଥିଲା। ଏହି ସଚେତନତା ରାଲିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସମେତ ଉତ୍କଳ ସମ୍ମିଳନୀ, ଧାମରା ସଂଘ, ସ୍ୱାଭିମାନୀ ଓଡ଼ିଆ ସଂଘ, ଜୟ ଜଗନ୍ନାଥ ରାଉରକେଲା ଶାଖା,ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ପ୍ରଗତି ଉତ୍କଳ ସଂଘ, ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ( ଛେଣ୍ଡ ଓ କୋଏଲ ନଗର) ରାଉରକେଲା ସାହିତ୍ୟ ସଂସଦ,ଆମେ ଓଡ଼ିଆ, ନୀଳଶୈଳ, ଶ୍ରୀଧର ସ୍ମୃତି ସଂସଦ ଭଳି ବହୁ ଓଡିଆ ସଂଗଠନ ସହିତ ବିଭିନ୍ନ ସଂଗଠନ ଏବଂ ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ଆମ୍ବେଦକର ଛକରେ ପହଞ୍ଚିବା ପରେ, ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ଲୋଗାନ ଦିଆଯାଇଥିଲା। ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ସଭାପତି ସୁଦାମ ଦାସ, ସାଧାରଣ ସମ୍ପାଦକ ଅକ୍ଷୟ ଦାସ, କୋଷାଧ୍ୟକ୍ଷ ଭଗବାନ୍ ମହାପାତ୍ର, ଉପସଭାପତି ଚିତ୍ତରଂଜନ ଦାସ, ବ୍ରିଜମୋହନ ଅଗ୍ରୱାଲ, ନବଘନ ପାଣି, ଶୈଳେନ୍ଦ୍ର ମହାନ୍ତି, ଡାକ୍ତର କିଶୋରୀ ଦାସ, ଗଗନ ପଣ୍ଡା, ଆଶିଷ ମୋହିତୀ, ବିନୋଦ ସିଂହଙ୍କ ସମେତ ସ୍କୁଲ ଓ କଲେଜର ହଜାର ହଜାର ଛାତ୍ରଛାତ୍ରୀ ତଥା ସହରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ଶୋଭାଯାତ୍ରାରେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୟପାଟଣା କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଓ ବିଜୟ ଦଶମୀ ଉତ୍ସବ ଉପଲକ୍ଷେ ରାଇଘର ଖଣ୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ 

Sunil Chandra Nayak

ଗ୍ରାମ ପରିବର୍ତନ କାର୍ଯ୍ୟକ୍ରମ ଅଧିନରେ ସ୍ଥାୟୀ ଜୀବିକା ସହ ୫୪୦୦ରୁ ଅଧିକ ପରିବାରକୁ ସଶକ୍ତ କରିଛି ଡାଲମିଆ ସିମେଂଟର ରାଜଗାଙ୍ଗପୁର ପ୍ଲାଂଟ

Sunil Chandra Nayak

Leave a Comment

error: Content is protected !!