ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୋ ଗାଲାଙ୍ଗ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ସ୍ମୃତିରେଖା ପ୍ରଥମ

ମୟୂରଭଞ୍ଜ 24/3: (ମସିହା) ଝାରଖଣ୍ଡ ସୀମାନ୍ତକୁ ସଂଲଗ୍ନ ରରୁଆଁର ଭଞ୍ଜବେଡ଼ାଠାରେ ଅନୁଷ୍ଠିତ ଜାତୀୟ ହୋ ଗାଲାଙ୍ଗ ଜୁମୁରରେ ହୋ କଣ୍ଠ ଶିଳ୍ପୀମାନଙ୍କୁ ନେଇ ହୋ ଗାଲାଙ୍ଗ ଟ୍ୟାଲେଣ୍ଟ ପ୍ରତଯୋଗିତାର ଫଳାଫଳ ଇତି ମଧ୍ୟରେ ପ୍ରକାଶ ପାଇଛି l ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଅଙ୍କୁରାପାଳ ଗ୍ରାମର ସ୍ମୁତିରେଖା ବାନାରା, ଦ୍ଵିତୀୟ ସ୍ଥାନ ଶୁକୃଳି ବ୍ଲକ ସୁନାପୋଷି ଗ୍ରାମର ସରୋଜିନୀ ସାମାଡ଼ ଏବଂ ତୃତୀୟ ସ୍ଥାନ ଯଶିପୁର ବ୍ଲକ ନାବୁଡ଼ାଣୀ ଗ୍ରାମର ନିତାଇ ପୂର୍ତ୍ତି l କୃତୀତ୍ଵ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଆକାରରେ ନଗଦ ଯଥାକ୍ରମେ 5 ହଜାର, 4 ହଜାର ଏବଂ 3 ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିବା ହୋ ଗାଲାଙ୍ଗ କମିଟିର ସଭାପତି ଗଙ୍ଗାଧର ହେମ୍ବ୍ରମ ସୂଚନା ଦେଇଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ର ଶୁଭାରମ୍ଭ

Sunil Chandra Nayak

ନାଟ୍ୟ ନିର୍ଦ୍ଦେଶକ, ଗବେଷକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ : ସ୍ତବ୍ଧ ଅଞ୍ଚଳବାସୀ

masiha

ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ତ୍ୱ

masiha

Leave a Comment

error: Content is protected !!