ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର 

କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ଉପରେ ତାଲିମ ପ୍ରଦାନ ଓ ସଚେତନତା ଏବଂ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧି କରଣ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ମେହେର, ବିଟିଏମ ଦେବାଶିଷ ଚାନ୍ଦ, ସହକାରୀ ବ୍ଲକ କୃଷି ଅଧିକାରୀ କମଲେସ ଶବର, ହେମାନନ୍ଦ ମାଝୀ, ଓ ଅର୍ଧେନ୍ଦୁ ସୁନ୍ଦର ନାୟକ, ଗ୍ରାମ୍ୟ କୃଷି କର୍ମଚାରୀ ଭାନୁମତି କୁମାର ପ୍ରମୁଖ ମଞ୍ଚାସିନ ହୋଇ ଚାଷ ଜମିରେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କରି ଜୈବିକ ପଦ୍ଧତିର ଚାଷ କଳେ ମାଟିର ଉର୍ବରତା ବଢ଼ାଇବା ସହିତ ଭଲ ଫସଲ ଉତ୍ପାଦନ ହୋଇଥାଏ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ କୁ ମୁକେଶ ଯୋଶୀ ପରିଚାଳନା କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି)ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

Sunil Chandra Nayak

ମିଲର୍ସଙ୍କ ମର୍ଜି, ଚାଷୀଙ୍କ ଦୁର୍ଦ୍ଦଶା: କଳାହାଣ୍ଡି ମଣ୍ଡିରେ ଧାନ ନୁହେଁ, ଚାଲିଛି ମନମାନିର ମହୋତ୍ସବ !

Sunil Chandra Nayak

ଜେଏମଏମ ର ଅସନା ପଞ୍ଚାୟତ କୋମିଟୀ ଗଠିତ

Sunil Chandra Nayak

Leave a Comment

error: Content is protected !!