ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର; ଗର୍ଭବତୀ ମହିଳାଙ୍କ ମୃତ୍ୟୁ

 ମୟୂରଭଞ୍ଜ – ୨୭/୮ (ମସିହା)ସ୍ବାସ୍ଥ୍ୟ ସେଵା ଯେତେ ଆଗେଇଲେବି ପରିସ୍ଥିତି ସୁଧୁରୁନାହିଁ ।ଗର୍ଭବତୀ ମହିଳାଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି ହେଲେ କେଉଁଠି ନା କେଉଁଠି ଟିକେ ମଣିଷକୃତ ଦୋଷ ତ୍ରୁଟି ରହିଯାଉଛି ଯାହାଫଳରେ ଏକ ଅମୂଲ୍ୟ ଗର୍ଭବତୀ ମହିଳାର ଜୀବନ ପ୍ରଦୀପ ଲିଭି ଯାଉଛି ।ଯଦିଓ ଗର୍ଭବତୀ ମହିଳା ମୃତ୍ୟୁ ସଂଖ୍ୟା ଓଡିଶାରେ ହ୍ରାସ ପାଇଛି ।ତଥାପି ପରିସ୍ଥିତି କେଉଁଠି ଟିକେ କେଁ ରହି ଯାଉଛି ଯାହାଫଳରେ ଏଭଳି ଏକ ଦୁଃଖଦ ପୁର୍ଣ ଘଟଣା ଘଟିଛି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଧିନସ୍ଥ ଗୋରୁମହିଷାଣୀ ଅଂଚଳରେ । ଗୋରୁମହିଷାଣୀ ଅଂଚଳର କୁନୁ ଲୋହାରଙ୍କ ଝିଅ ସୁକ୍ରାନ୍ତି ଲୋହାର (୨୧) ଗତବର୍ଷ ଅକ୍ଟୋବର ମାସରେ ଟାଟା ଅଂଚଳ ପରଶୁଡିହି ଥାନା ଅଂଚଳର ପରଶୁଡିହିର ଲାଲା ଲୋହାରଙ୍କ ସହ ଗତବର୍ଷ ଅକ୍ଟୋବର ମାସରେ ବିବାହ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା ।ଇତି ମଧ୍ୟରେ ୯ ମାସର ଗର୍ଭବତୀ ହୋଇ ୫/୬ ଦିନ ହେଲା ଗୋରୁମହିଷାଣୀ ବାପଘରକୁ ପ୍ରସୂତି ପାଇଁ ଆସିଥିଲା ।ସେ ଜାଣିଥିଲା ରାଇରଙ୍ଗପୁର ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ଟାଟା ଠାରୁ ଭଲ ! ହେଲେ ଦଇବ ସହିଲା ନାହିଁ ।ଯମ ଯେମିତି ଜଗିଥିଲା ବାପ ଘରେ ।ଆଜି ଅପରାହ୍ନରେ ପ୍ରସୂତି ଯନ୍ତ୍ରଣା ଅଧିକ ହେବାରୁ ବାପା କୁନୁ ଲୋହାର ,ସ୍ବାମୀ ଲାଲା ଲୋହାର ସୁକ୍ରାନ୍ତିକୁ ରାଇରଙ୍ଗପୁର ହସ୍ପିଟାଲକୁ ଆଣୁଥିବା ସମୟରେ ଅଧିକ ଯନ୍ତ୍ରଣା ନେଇ ରାସ୍ତାରେ ସୁକ୍ରାନ୍ତିର ପ୍ରାଣବାୟୁ ଉଡି ଯାଇଥିଲା । ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚିବାପରେ ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ । ସୋମବାର ଦିନ‌ ଶଵ ବ୍ୟବଛେଦ କରାଇ ପରିବାରଵର୍ଗଙ୍କୁ ହସ୍ତାନ୍ତର କରିବ ! ପ୍ରସୂତି ମହିଳାଙ୍କ ମୃତ୍ୟୁ ପାଇଁ ସେ ତାଙ୍କ ପରିବାର ଦାୟୀ ନା ସ୍ଵାସ୍ଥ୍ଯ ବିଭାଗ ଦାୟୀ! ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣା କଂ ଗତକାଲି ରାତ୍ର ସମୟ ରେ ମହାପ୍ରୟାଣ

Sunil Chandra Nayak

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

masiha

ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ,.ଡାକ୍ତରଖାନରେ ଭର୍ତ୍ତି

masiha

Leave a Comment

error: Content is protected !!