ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକ ଡମ୍ବ ସମାଜର ସାଧାରଣ ବୈଠକ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଡମ୍ବ ସମାଜର ଏକ ସାଧାରଣ ବୈଠକ ଜୁନାଗଡ଼ ସ୍ଥିତ ସ।ପ୍ତ।ହିକ ବଜାର ପ୍ରାଙ୍ଗଣରେ ଆବାହକ ବିଶ୍ୱନାଥ କର ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜୁନାଗଡ଼ ବ୍ଲକର ବିଭିନ୍ନ ଗ୍ରାମର ଡମ୍ବ ସମାଜର ଅନେକ ସମାଜ ପ୍ରେମୀ ବନ୍ଧୁ ମାନେ ଏହି ସାଧାରଣ ବୈଠକରେ ଅଂଶ ଗ୍ରହଣ କରି ନିଜ ନିଜ ମତ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ ରେ ଜୁନାଗଡ଼ ଡମ୍ବ ସମାଜ ସ୍ଥାନରେ ଏକ ଆମ୍ବେଦକର ଭବନ ନିର୍ମାଣ ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା ଏବଂ ଠିକ ଭାବରେ ଭବନ ନିର୍ମାଣ କରିବା ପାଇଁ ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଥିଲେ । ଏଥିରେ ଆବାହକ ଶ୍ରୀ କର ଆସନ୍ତା ନୂଆଖାଇ ପର୍ବ ପରେ ବ୍ଲକ ସ୍ତରୀୟ ନୂତନ କମିଟି ଗଠନ ଏବଂ ନୂଆଖାଉ ଭେଟଘ।ଟ ର ଆୟୋଜନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ନରେନ୍ଦ୍ର କ୍ଷିତି ଧନ୍ୟବାଦ ଅର୍ପଣ କରିଥିଲେ ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଗୋପାଳପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ – ୨୦୨୩ ପାଳିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ଶିଶୁଙ୍କ ପାଇଁ ଶୁଭାରମ୍ଭ ହେଲା ‘କୁଶାଲ ବଚ୍‌ପନ୍’ ଅଭିଯାନ

Sunil Chandra Nayak

ସଚେତନ ନାଗରିକ ମଞ୍ଚ ର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!