ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ , ମଞ୍ଚସ୍ଥ ହେବ “ଏଇ ଯେ ସୂର୍ଯ୍ୟ ଉଏଁ” ଓ ” ପରଶୁ ର ଉତ୍ତର ଦାୟିତ୍ଵ”

ମ,ରାମପୁର,୨୮/୮( ମସୀହା): ଓଡ଼ିଶା ର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ଆସନ୍ତା ନଭେମ୍ବର ମାସରେ ଶତ ବାର୍ଷିକୀ ଉତ୍ସବ ମହା ସମାରୋହ ରେ ପାଳନ କରିବ । ଏହି ମହୋତ୍ସବ ଅବସର ରେ ଓଡ଼ିଶା ର ପ୍ରସିଦ୍ଧ ନାଟ୍ୟକାର ଅବସର ପ୍ରାପ୍ତ ପ୍ରଫେସର ବିଜୟ କୁମାର ଶତପଥୀ ଙ୍କ ବହୁ ଚର୍ଚ୍ଚିତ ନାଟକ ” ଏଇ ଯେ ସୂର୍ଯ୍ୟ ଉଏଁ ” ଏବଂ ନାଟ୍ୟକାର ପଦ୍ମ ଲୋଚନ ମିଶ୍ର ଙ୍କ ନାଟକ ” ପରଶୁ ର ଉତ୍ତର ଦାୟିତ୍ଵ ” ମଞ୍ଚସ୍ଥ ହେବ। ଦୁଇଟି ନାଟକକୁ ନିର୍ଦ୍ଦେଶନା ଦେଉଛନ୍ତି ନାଟ୍ୟକାର, ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ । ଉଭୟ ନାଟକ ର ଶୁଭାରମ୍ଭ ଶ୍ରୀ ରାମ କଲ୍ୟାଣ ମଣ୍ଡପ ଠାରେ ବିଧିବଦ୍ଧ ଭାବେ ପ୍ରଭୁ ଶ୍ରୀ ରାମ ମନ୍ଦିର ରେ ପୂଜାର୍ଚ୍ଚନା ସହିତ ଆରମ୍ଭ କରାଯାଇଛି । ଚନ୍ଦ୍ରମଣି ନାଟ୍ୟ ସଂଘ ର ସଭାପତି ପଦ୍ମ ଲୋଚନ ମିଶ୍ର, ସମ୍ପାଦକ ହେମନ୍ତ ସାହୁ, ଉପ ସଭାପତି ଚିତ୍ତ ରଞ୍ଜନ ବାଗ, ସହ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ଉପସ୍ଥିତ କଳାକାର ମାନଙ୍କୁ ନେଇ ଦୁଇଟି ନାଟକ ରୁ ଗୋଟିଏ ଲେଖାଏଁ ଦୃଶ୍ୟ ର ନିର୍ଦ୍ଦେଶନା ଦେଇଥିଲେ। ଚନ୍ଦ୍ରମଣି ନାଟ୍ୟ ସଂଘ ର ବରିଷ୍ଠ ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ଭାଗବତ ଘିଭେଲା, ଦୀନ ବନ୍ଧୁ ମହାରଣା,ସପନ କୁମାର ପଟ୍ଟନାୟକ, ରମାକାନ୍ତ ପ୍ରହରାଜ, ବିକାଶ ରଞ୍ଜନ ସିଂହ ଦେଓ, ବୀରେନ୍ଦ୍ର ରଥ, ସନ୍ତୋଷ କୁମାର ଦୁବେ, ଦେବେଶ ମାଧବ ସିଂହଦେଓ, ସରୋଜ କୁମାର ମହାଖୁଡ଼, ପଦ୍ମ ଲୋଚନ ନାୟକ, ଜୟନ୍ତ କୁମାର ନାୟକ, ରାକେଶ ଶତପଥି, ରଶ୍ମି ରଂଜନ ପ୍ରହରାଜ, ନୀଳ ମାଧବ ସିଂହଦେଓ, ପ୍ରଦୀପ କୁମାର ସିଂ, ସାଇ ପ୍ରସାଦ ମହାରଣା, ଉପେନ୍ଦ୍ର ମହାଖୁଡ଼ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ

Related posts

କଣ୍ଟାଝରରେ ବୟସ୍କ ସାକ୍ଷରତା ବିଦ୍ୟାଳୟର ଉଦଘାଟନ

Sunil Chandra Nayak

ଡାଲଗୁମା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

ରାଇରଙ୍ଗପୁରରେ ଶ୍ରୀ ଶ୍ଯାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ୧୮ ତମ ଶ୍ୟାମ ଜନ୍ମୋତ୍ସବ 

masiha

Leave a Comment

error: Content is protected !!