ଭବାନୀପାଟଣା,୨୪।୩;କଳାହାଣ୍ଡି ଜିଲ୍ଲା ହେବାର ୭୫ ବର୍ଷ ଉପଲକ୍ଷେ ଚାଲ ଦେଖମା ଆମର କଳାହାଣ୍ଡି “ଗାଁ ମିତ” କରିବାକୁ ସ୍ଥିର କରିଛି ! ଏଥିରେ ଦେଶ ବିଦେଶ ରାଜ୍ୟ ଓ ଜିଲ୍ଲା ଭିତରେ ରହୁଥିବା ୭୫ ଜଣ କଳାହାଣ୍ଡିଆ ବୁଦ୍ଧିଜୀବୀ, ଯେଉଁମାନେ ସମାଜର ବିଭିନ୍ନ ଦିଗରେ ପ୍ରତିଷ୍ଠିତ ହୋଇ କାମ କରିଛନ୍ତି ବା କରୁଛନ୍ତି, ସାମିଲ ହେବେ ଓ ୭୫ଟି କଳାହାଣ୍ଡିର ଗାଁର ମିତ ଭଳି କାମ କରିବେ ! ଗାଁ ମିତ ମାନେ ଗୋଟିଏ ଗୋଟିଏ କଳାହାଣ୍ଡିର ଗାଁକୁ ଚୟନ କରି ତାର ଗାଇଡ୍ ଭଳି କାର୍ଯ୍ୟ କରିବେ ! ଏମାନେ ମୁଖ୍ୟତଃ ଗାଁରେ ଯେଉଁ ସବୁ ସମସ୍ୟା ସରକାରଙ୍କ ଧ୍ୟାନରେ ପଡୁ ନାହିଁ, ବିଶେଷକରି ସଫ୍ଟପାୱାର ବିକାଶକୁ ଧ୍ୟାନ ଦେବେ ! ଗାଁ ଲୋକଙ୍କ ବ୍ୟକ୍ତିଗତ ଓ ପାରିବାରିକ ଲାଭ କିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ବିକାଶ ହେବ ସେଥିପାଇଁ ସୂଚନା ଦେଇ ଓ ସଂଗଠିତ ଭାବରେ ସାହାଯ୍ୟ କରିବେ ! ସେୟାରିଂ ଇଜ କେୟାରିଂ ତଥା ଅଂଶୀଦାର ଯତ୍ନବାନ ଦର୍ଶନରେ ଅନୁପ୍ରାଣିତ ହୋଇ ଗାଁ ମିତମାନେ ନିଜ ନିଜ ଭିତରେ ପ୍ରତି ମିତ ଗାଁର ସମସ୍ୟାର ସୂଚନା ବାଣ୍ଟିବା ସହ ଏହାର କିପରି ବ୍ୟକ୍ତିଗତ, ସରକାରୀ ଓ ବେସରକରି ଭାବରେ ସମାଧାନ କରିହେବ ତାର ପ୍ରୟାସ କରିବେ ! ଲୋକଙ୍କ ଭିତରେ ଜୀବିକା, ଚାକିରୀ, କୃଷି ପଦ୍ଧତି, ବୈଷୟିକଜ୍ଞ୍ୟାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଚ୍ଛତା ଓ କଳାହାଣ୍ଡି ଲୋକ ସଂସ୍କୃତି ଓ ପରମ୍ପରାର ସଚେତନତା ଗାଁ ସ୍ତରରେ ବଢେଇବାରେ ଗାଁ ମିତମାନେ ନିୟୋଜିତ ରହିବେ ! ମିତ ଗାଁମାନ କିପରି ଗୋଟିଏ ଆଧୁନିକ ଗାଁ ହୋଇ ପାରିବ ଯେଉଁଥିରେ ଲୋକେ ଉପଯୁକ୍ତ ସୂଚନା, ବୈଷୟିକ ଜ୍ଞ୍ୟାନ ଓ ସ୍ଥାନେ ସ୍ଥାନେ ବୃତ୍ତିଗତ ମାର୍ଗଦର୍ଶନ ପାଇ ନିଜେ ନିଜର ସଠିକ୍ ସାହାଯ୍ୟ କରିବା ସହ ଗାଁର ଉନ୍ନତିରେ ସାମିଲ ହୋଇ ପାରିବେ ତାହା ଅବଗତ କରିବେ ! ଏହା ସହିତ ଆବଶ୍ୟକ ଭିତ୍ତିଭୁମିର ବିକାଶ ଯେପରି ରାସ୍ତା, ସ୍କୁଲ ଘର, କୃଷି, ଜଳ ସେଚନ, ଇଣ୍ଟରନେଟ, ମୋବାଇଲ, ସର୍ବସାଧାରଣ ସ୍ଥାନ, ସର୍ବସାଧାରଣ ଶୌଚାଳୟ ଇତ୍ୟାଦିର ବିକାଶ ପାଇଁ ବ୍ୟକ୍ତିଗତ, ସରକାର ଓ ବେସରକରି ସ୍ତରରେ ଧ୍ୟାନ ଆକର୍ଷଣ ଓ ସାହାଯ୍ୟ ବି କରିବେ ! ନିଜ ମିତ ଗାଁମାନଙ୍କ ସାମଗ୍ରିକ ବିକାଶ ପାଇଁ ଗାଁ ମିତ ମାନେ ସରକାର, ମିଡ଼ିଆ, ଅଫିସର ଓ ଲୋକଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ଆଶା ରଖିଛନ୍ତି ବୋଲି ଚାଲ ଦେଖମା ଆମର କଳାହାଣ୍ଡି ର ଅଧ୍ୟକ୍ଷ ଡ଼. ଜୟଦେବ ଷଡ଼ଙ୍ଗୀ, ଉପାଧ୍ୟକ୍ଷ ଇ ଅଜୟ କୁମାର ପଣ୍ଡା ଓ ଆବାହାକ ଦେବେନ୍ଦ୍ର କୁମାର ବିଶି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।