ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ 

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ 

ନବରଙ୍ଗପୁର :(ତା.୪.୪.୨୦୨୬ରିଖ)(ରବିନାରାୟଣମହାନ୍ତି) ଆଜି ସ୍ଥାନୀୟ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଏକ୍ସ ବୋର୍ଡ ଠାରେ ସମଗ୍ର ଶିକ୍ଷା, ନବରଙ୍ଗପୁର ତରଫରୁ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁଙ୍କ ସଭାପତିତ୍ଵରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ଯୋଗଦେଇ ସ୍ଥାନୀୟ ବିଦ୍ୟାଳୟରେ ନାମ ଲେଖାଇଥିବା ୧୦ ଜଣ କୁନି କୁନି ଶିଶୁମାନଙ୍କୁ ଖଡ଼ି ଛୁଆଁଇ ବିଦ୍ୟାରମ୍ଭ ର ଶୁଭମନାସି ଥିଲେ। କାର୍ଯ୍ୟକ୍ରମରେ ନବରଙ୍ଗପୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ, ପୌରାଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ମଞ୍ଚାସୀନ ହୋଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲାପାଳ ଜିଲ୍ଲାର ପ୍ରତ୍ୟେକ ପିତାମାତା ନିଜର ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରବେଶ ଓ ଖଡ଼ିଛୁଆଁ କରାଇ ଶିକ୍ଷାର ଶୁଭାରମ୍ଭ ଓ ମହାନୀୟତା କୁ ଗୁରୁତ୍ବ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।ମୁଖ୍ୟ ଅତିଥି ବିଦ୍ୟାଳୟ ପ୍ରବେଶ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ଏବଂ ଜିଲ୍ଲା ର ଶିଶୁମାନେ ବିଦ୍ୟାଳୟ ଓ ଶିକ୍ଷା ପ୍ରତି ଆଗ୍ରହ ରହିଲେ ଏହି ଜିଲ୍ଲାର ନାମ ଉଜ୍ଜ୍ବଳ ରହିବ, ଏବଂ ସେଥିପାଇଁ ଶିକ୍ଷାବିଭାଗର ବିଶେଷ ଗୁରୁତ୍ୱ ଭୂମିକା ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ପ୍ରସ୍ତୁତ ହୋଇଥିବା ଖେଳ ଘର, ରଙ୍ଗ ପସରା,ଗପରାଇଜ ଓ ଶିକ୍ଷଣ ସାମଗ୍ରୀଷ୍ଟଲ କୁ ମୁଖ୍ୟ ଅତିଥି ପରିଦର୍ଶନ କରିଥିଲେ। ୧୦ ଟି ଶିକ୍ଷା ସଚେତନ ରଥକୁ ଉଦଘାଟନ କରିଥିଲେ ।ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କୁମାର ମହାଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ଜାନୀ,ସୁପ୍ରିୟା ନାୟକ,ବିଭିନ୍ନ ବ୍ଲକ୍ ର ମଣ୍ଡଳ ଶିକ୍ଷାଧିକାରୀ, ସହକାରୀ ମଣ୍ଡଳ ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟର କର୍ମଚାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

Sunil Chandra Nayak

ବିଦ୍ୟାଳୟ ପାଇଁ ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

masiha

ଆସନ୍ତା ୨୨ ରାଉରକେଲାରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ଜଙ୍ଗଲ ଜଲୁଛେ 

Sunil Chandra Nayak

Leave a Comment

error: Content is protected !!