ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଶିକ୍ଷକ ସଂଘର ବନ୍ଧୁ ମିଳନ ଓ କାର୍ଯ୍ୟକର୍ତ୍ତା ଚୟନ

ସହକାରୀ ଶିକ୍ଷକ ସଂଘର ବନ୍ଧୁ ମିଳନ ଓ କାର୍ଯ୍ୟକର୍ତ୍ତା ଚୟନ

ଆସିକା ,୧୨/୧/୨୫ // ଧରାକୋଟ ବ୍ଲକରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସଂଘ ଏକ୍ସ କେଡର ମାନଙ୍କ ନୂତନ ବର୍ଷ ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଧରାକୋଟ ନୂତନ ବସଷ୍ଟାଣ୍ଡ ନିକଟସ୍ଥ କପିଳାସ ଠାକୁରାଣୀ ଙ୍କ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ନୂତନ କର୍ମକର୍ତା ଚୟନ ହୋଇଥିଲା । ସଭାପତି ଭାବରେ ଅରୁଣ ପଟ୍ଟନାୟକ,କାର୍ଯ୍ୟକାରୀ ସଭାପତି ଭାବରେ ରାଜୀବ ପ୍ରଧାନ,ସମ୍ପାଦକ ଭାବରେ ସନ୍ତୋଷ ସ୍ୱାଇଁ,କୋଷାଧ୍ୟକ୍ଷ ଭାବରେ ବୁଲୁ ପ୍ରଧାନ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବରେ ଗୋପୀନାଥ ଷଡ଼ଙ୍ଗୀ,ଲକ୍ଷ୍ମୀ କାନ୍ତ ଶତପଥୀ,ସତ୍ୟବ୍ରତ ତ୍ରିପାଠୀ ଓ କଳା କୃଷ୍ଣ ପାଢ଼ୀ ମନୋନୀତ ହୋଇଛନ୍ତି। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସହ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ୍

Related posts

ସ୍ଵାଧୀନତା ଉତ୍ସବ ପାଇଁ ଫ୍ରଣ୍ଟ-ରୋ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

Sunil Chandra Nayak

ଧରାକୋଟ ବ୍ଲକ ସ୍ତରୀୟ ଶିକ୍ଷଣ କର୍ମଶାଳା 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀରୁ ରବି ଜଳସେଚନର ଆରମ୍ଭ। ଦୁଇବର୍ଷ ପରେ ଦକ୍ଷିଣ କେନାଲକୁ ପାଣି

masiha

Leave a Comment

error: Content is protected !!