ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକ ଠିକାଦାର ସଂଘ ବୈଠକ

ଧରାକୋଟ ବ୍ଲକ ଠିକାଦାର ସଂଘ ବୈଠକ

ଆସିକା, ୧୮/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଠିକାଦାର ସଂଘ ର ଏକ ଜରୁରୀ ବୈଠକ ନିକଟସ୍ଥ ମୁକ୍ତେଶ୍ଵର ପୀଠରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ଦେବରାଜ ଭୂୟାଁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସାଙ୍ଗଠନିକ ଆଲୋଚନା ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ଏକ ଦଶ ଜଣିଆ କମିଟି ଗଠନ କରାଯାଇଥିଲା । ସଭାପତି ଭାବରେ ଦେବରାଜ ଭୂୟାଁ, ଉପ ସଭାପତି ଭାବରେ ସୁଶାନ୍ତ ପଟନାୟକ( ପିଣ୍ଟୁ),ସମ୍ପାଦକ ଭାବରେ ସୁଦାମ ଗୌଡ଼,କୋଷଧ୍ୟକ୍ଷ ଭାବେ ପବିତ୍ର ମୁନି,ସଦସ୍ୟ ଭାବରେ ସଞ୍ଜୟ ରେଡ୍ଡୀ,ଯୋଗେନ୍ଦ୍ର ନାଥ ଗୌଡ଼,ସୁଶାନ୍ତ ମହାପାତ୍ର, କୁମର ଗୌଡ,କୃଷ୍ଣ ପ୍ରସାଦ ସ୍ୱାଇଁ ଓ ଶିବରାମ ସୁଆର ଙ୍କୁ ମନୋନୀତ କରାଯାଇଥିଲା । ଆଜିର ବୈଠକ ରେ ବ୍ଲକ ଠିକାଦାର ସଂଘର ରେଜିଷ୍ଟ୍ରେସନ କରିବା,ବ୍ଲକ ସ୍ତରର ସମସ୍ତ ଅନ ଲାଇନ ଟେଣ୍ଡର କୁ ସେଡୁଲ ରେଟ ରେ ପକାଇବା,କୌଣସି ଏସ ସି ଓ ଏସ ଟି ଠିକାଦାର ଦଶ ପ୍ରତିଶତ ସୁବିଧା ନନେବା,ନିଷ୍ପତ୍ତିର ଅବମାନନା କଲେ ସଙ୍ଘ ପକ୍ଷରୁ ଯେଉଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନିଆଯିବ ତାହାକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ପବିତ୍ର ମୋହନ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ ” ଥିମ ସଙ୍ଗ ପ୍ରସ୍ତୁତି ଶେଷ ଆସନ୍ତା ୨୬ରେ ଷ୍ଟାଡିୟମ କନଫରେନ୍ସ ହଲ ରେ ହେବ ଓଡିଓ ରିଲିଜ 

Sunil Chandra Nayak

ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ସ୍ବଚ୍ଛତା ଅଭିଯାନ 

masiha

ସାଧାରଣ ଚାଷୀ ପୁଅ ସଞ୍ଜୟଙ୍କ ପି.ଏଚ.ଡି ହାସଲ 

Sunil Chandra Nayak

Leave a Comment

error: Content is protected !!