ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ଆସିକା, ୧୮/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ତହସିଲ ଅନ୍ତର୍ଗତ ରୁଗୁମୁ ଗ୍ରାମରେ ପୁଣି ଏକ ଦାଦନ ମୃତ୍ୟୁ ଭଳି ଦୁଃଖଦ ଘଟଣା ଘଟିଛି। ରୁଗୁମୁ ଗ୍ରାମର କବିରାଜ ନାଇକ ଙ୍କ ପୁଅ ଜିତୁ ନାଇକ (30) କେରଳ କୁ କାମ କରିବାକୁ ଟ୍ରେନ ଯୋଗେ ଯାଉଥିବା ବେଳେ ବିଶାଖାପତନମ ନିକଟରେ ଅସାବଧାନତା କାରଣରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିଲେ। ଆଜି ଜିତୁ ଙ୍କ ର ଶବ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତିବାସନ ଙ୍କ ନିର୍ଦ୍ଦେଶ କ୍ରମେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର ଗୌଡ଼ ପ୍ରମୁଖ ଗାଁ ରେ ପହଞ୍ଚି ମୃତକ ଜିତୁ ଙ୍କ ର ବାପା କବିରାଜ ନାଇକ ଙ୍କୁ ରେଡକ୍ରସ ପକ୍ଷରୁ ତିରିଶି ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଜି ଗାଁ ଶ୍ମଶାନରେ ଜିତୁ ଙ୍କର ଶବ ସତ୍କାର କରାଯାଇଛି ।

Related posts

ଗାଁ କଲ୍ଯାଣର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

Sunil Chandra Nayak

ଛାତ୍ର କଲ୍ୟାଣ ମୂଳଦୁଆ ପକ୍ଷରୁ ସରକାରୀ ସଂୟଶାସିତ ମହାବିଦ୍ୟାଳୟ ରେ ବ୍ଲାକ ଡେ ପାଳନ

Sunil Chandra Nayak

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ 

masiha

Leave a Comment

error: Content is protected !!