ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁସଲମାନ ଅତିବାଦୀଙ୍କ ଦ୍ବାରା ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ସାଂପ୍ରଦାୟିକ ଉତେଜନାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

ମୟୂରଭଞ୍ଜ -୨୪/୪ (ମସିହା) ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ ରେ ପଥର ମାଡ଼ ଏବଂ ଏପ୍ରିଲ ୧୪ ରେ ପୋଡ଼ାଜଳା, ଭଙ୍ଗାରୁଜା, ମାରଣାସ୍ତ୍ରରେ ଆକ୍ରମଣ ଘଟିଥିଲା । ଏଥିରେ ମୁସଲମାନ ଅତିବାଦୀମାନେ ଯୋଜନାବଦ୍ଧ ଭାବରେ ଏଭଳି ଅଶାନ୍ତ କାଣ୍ଡ ଭିଆଇଥିଲେ । ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ବାଇକ୍ ଶୋଭାଯାତ୍ରାରେ ମୁସଲମାନ ଅତିବାଦୀମାନେ ହିନ୍ଦୁ ସମାଜ ଉପରେ ଅଚାନକ ଆକ୍ରମଣ କରିଥିଲେ ଯାହାଫଳରେ ଏକ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା ।ବହୁ ହିନ୍ଦୁଙ୍କର ଧନ,ଜନ କ୍ଷୟକ୍ଷତି ଘଟିଥିଲା ।୧୪ ତାରିଖ ମଧ୍ୟ ରାତିରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜଣେ ଗୁରୁତର ଓ ଜଣେ ମୃତ ହୋଇଥିଲେ । ଏଥିରେ ହିନ୍ଦୁ ମାନେ ଅସୁରକ୍ଷିତ ହୋଇଥିଲେ । ସରକାରଙ୍କ ଗୋଇନ୍ଦା ସଂସ୍ଥା ବିଫଳ ହୋଇଥିଲା ।ଭଦ୍ରକ ଭଳି ଆଗୁଆ ପଦକ୍ଷେପ ନେଇଥିଲେ ଏଭଳି ଅରାଜକତା ସୃଷ୍ଟି ହୋଇ ନ ଥନ୍ତା । ଏହାକୁ ନେଇ ଦଙ୍ଗାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଇରଙ୍ଗପୁରରେ ବିଜେପିର ତରଫରୁ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପାଖରୁ ବାହାରି ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ହିନ୍ଦୁ ଜାଗରଣ ମଂଚର ପ୍ରଦ୍ୟୁମ୍ନ ଦିଗାର, ବିଶ୍ବହିନ୍ଦୁ ପରିଷଦର ସଂଜୟ ମହାନ୍ତି,ଵିଏମଏସ ନେତା ନିଗମାନନ୍ଦ ପଟନାୟକ, ସମାଜସେବୀ ନୀରଜ ପଣ୍ଡା,ଆଲୋକ ରଂଜନ ମହାନ୍ତ,ଲୁଲୁ ସାମଲ, ନାରୀନେତ୍ରୀ ମିଥିଳା ଟୁଡୁଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ସଂଯୁକ୍ତ ମୋର୍ଚ୍ଚାର କେନ୍ଦ୍ର ସରକାରଙ୍କ ୯ ବର୍ଷର ସୁଶାସନ,ସେବା ଓ ଜନକଲ୍ଯାଣ କାର୍ଯ୍ୟକ୍ରମ ନେଇ ଖବରଦାତା ସମ୍ମୀଳନୀ

Sunil Chandra Nayak

ନାରୀଶକ୍ତି ବନ୍ଦ ଅଧିନିୟମ ସଂସଦରେ ପାରିତ ନ ହେବାରୁ କଂଗ୍ରେସ ଓ ବିରୋଧୀଙ୍କ ବିରୋଧରେ ପ୍ରତିବାଦ ଆସନ୍ତା କାଲି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ”: ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ

Sunil Chandra Nayak

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଭାଜପା ପକ୍ଷରୁ ଧର୍ମଗଡ ବ୍ଳକ ଘୋରାଉ

Sunil Chandra Nayak

Leave a Comment

error: Content is protected !!