ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ସାହେବ ଙ୍କୁ ଅପମାନ ସୂଚକ ମନ୍ତବ୍ୟ ନେଇ ଏ ଓଏସ ସିଏଫ ର ପ୍ରତିବାଦ ସଭା

ବାବା ସାହେବ ଙ୍କୁ ଅପମାନ ସୂଚକ ମନ୍ତବ୍ୟ ନେଇ ଏ ଓଏସ ସିଏଫ ର ପ୍ରତିବାଦ ସଭା

ଜୁନାଗଡ଼,୨୮/୪(ମନୀସ )ଗତ ୨୪,ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ପଞ୍ଚାୟତରାଜ ଦିବସ ପାଳନ କରାଯାଉଥିଳା ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି କଳାହାଣ୍ଡି ବିଜେପି ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ବାବାସାହେବ ଆମ୍ବେଦକର ତଥା ତାଙ୍କର ଅନୁଗାମୀ ମାନଙ୍କୁ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ। କିଛି ମାସ ତଳେ ମଧ୍ଯ ସ୍ଵାସ୍ଥ୍ୟ ବିଭାଗରେ MPHW ଭାବରେ କାର୍ଯ୍ଯରତ ଏସ ଟି ଏସ ସି ଚାକିରିଆ ମାନଙ୍କ ପ୍ରମୋଶନକୁ ଧର୍ମଗଡ଼ ବିଧାୟକ ସୁଧିର ପଟଯୋଶୀ ବିରୋଧ କରି ସ୍ଥଗିତ କରି ଦେଇଥିଲେ ଏହି ସବୁକୁ ବିରୋଧ କରି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ଆହ୍ଵାନ କ୍ରମେ ସମସ୍ତ ଆମ୍ବେଦକରବାଦୀ ସଂଗଠନ ଏକତ୍ରୀତ ହୋଇ ଭବାନୀପାଟଣା ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧର୍ମଗଡ଼ ବିଧାୟକ ସୁଧିର ପଟଯୋଶିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଜେଡି ଉପସଭାପତି ଧର୍ମେନ୍ଦ୍ର ନାଏକ ବହୁଜନ ମୁକ୍ତି ପାର୍ଟି ରାଜ୍ଯ ସଭାପତି ଗଙ୍ଗାଧର ଜାଲ ସାଧାରଣ ସମ୍ପାଦକ ମହେନ୍ଦ୍ର ଧାଙ୍ଗଡାମାଝି ଦଳିତ ଅଧିକାର ସଭାପତି ନନ୍ଦରାଜ ନାଏକ ଆଦିବାସୀ ନେତା ସୁରେଶ ମାଝି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, କଲମପୁର ଶାଖା ସଭାପତି ବଳରାମ ଦୁର୍ଗା ଉପଦେଷ୍ଟା ଯୁଧିଷ୍ଠିର ଭଗତ କେସିଙ୍ଗା ଶାଖା କାର୍ଯ୍ୟକାରୀ ସଭାପତି ଡମ୍ବୁରୁଧର କରୁଆ, ରିଙ୍କୁ ନାଏକ ଏହି ଭଳି ସତାଧିକ ଆମ୍ବେଦକର ବାଦୀ ସାଥି ଉପସ୍ଥିତ ରହି ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

masiha

ଚାଷୀଙ୍କୁ କ୍ଷତିପୂରଣ ଦାବୀରେ ଜିଲ୍ଲାପାଳଙ୍କୁ ଦାବିପତ୍ର 

masiha

ଉପାନ୍ତ ଅଞ୍ଚଳରେ ମିଳିଲା ପିଡ଼ିଏସ ସାମଗ୍ରୀ, ହିତାଧିକାରୀଙ୍କ ମଧ୍ୟରେ ଖୁସି

Sunil Chandra Nayak

Leave a Comment

error: Content is protected !!