ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ଥାନା!. ଶୌଚ ପାଇଁ ଯାଇ ନାଳରେ ପଡ଼ି ବୃଦ୍ଧା ମୃତ

ବିଶୋଇ ଥାନା!. ଶୌଚ ପାଇଁ ଯାଇ ନାଳରେ ପଡ଼ି ବୃଦ୍ଧା ମୃତ

ରାଇରଙ୍ଗପୁର – ୧୭/୦୫ — ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତର ପାରାଭାଡି ଗ୍ରାମର ବୃଦ୍ଧା ସିତାମଣି ହାଁସଦାଃ (୭୬) ଗାଁ ପାଖ ଗଭୀର ନାଳରେ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ସିତାମଣି ଖରାବେଳେ ଗାଧୋଇବା ପାଇଁ ଗାଁ ପାଖ ନାଳକୁ ଯାଇଥିଲେ ।ନାଳର ଗଭୀରତା ଦୁଇ ମଣିଷ ହେବ ।ମହିଳା ଜଣକ ତୋଠରେ ଗୋଡ଼ ଖସି ଯାଇଥିବା ଯୋଗୁଁ ଗଭିର ନାଳ ଭିତରକୁ ପଳାଇ ଯାଇଥିଲେ ।ଘରକୁ ବୃଦ୍ଧା ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନୟାନ୍ତ ପରେ ନାଳ ପାଖକୁ ଯାଇଥିଲେ ।ସେଠାରେ ଦେଖିଲେ ବୃଦ୍ଧାର ଲୁଗାପଟା ତୋଠରେ ଥିଲା ।ତେଣୁ ସନ୍ଦେହ କରି ବିଶୋଇ ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଖୋଜାଖୋଜି କରି ନାଳରୁ ମୃତା ବୃଦ୍ଧାକୁ ଉଦ୍ଧାର କରିଥିଲେ‌।ପରେ ମୃତକର ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର‌ ହସ୍ପିଟାଲକୁ ପଠାଇଛନ୍ତି ।ଆସନ୍ତାକାଲି ଶଵ ବ୍ୟବଛେଦ କରାଯିବ ।ପୋଲିସ ତଦନ୍ତ କରୁଛି 

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ପାଳନ

ରାମ ନବମୀରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସ୍ଵଚ୍ଛତା ଅଭିଯାନ

masiha

ବାଲେଶ୍ୱର ସାଂସଦଙ୍କ ଦ୍ୱାରା ନାମ୍ପୋ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!