ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ଥାନା!. ଶୌଚ ପାଇଁ ଯାଇ ନାଳରେ ପଡ଼ି ବୃଦ୍ଧା ମୃତ

ବିଶୋଇ ଥାନା!. ଶୌଚ ପାଇଁ ଯାଇ ନାଳରେ ପଡ଼ି ବୃଦ୍ଧା ମୃତ

ରାଇରଙ୍ଗପୁର – ୧୭/୦୫ — ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତର ପାରାଭାଡି ଗ୍ରାମର ବୃଦ୍ଧା ସିତାମଣି ହାଁସଦାଃ (୭୬) ଗାଁ ପାଖ ଗଭୀର ନାଳରେ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ସିତାମଣି ଖରାବେଳେ ଗାଧୋଇବା ପାଇଁ ଗାଁ ପାଖ ନାଳକୁ ଯାଇଥିଲେ ।ନାଳର ଗଭୀରତା ଦୁଇ ମଣିଷ ହେବ ।ମହିଳା ଜଣକ ତୋଠରେ ଗୋଡ଼ ଖସି ଯାଇଥିବା ଯୋଗୁଁ ଗଭିର ନାଳ ଭିତରକୁ ପଳାଇ ଯାଇଥିଲେ ।ଘରକୁ ବୃଦ୍ଧା ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନୟାନ୍ତ ପରେ ନାଳ ପାଖକୁ ଯାଇଥିଲେ ।ସେଠାରେ ଦେଖିଲେ ବୃଦ୍ଧାର ଲୁଗାପଟା ତୋଠରେ ଥିଲା ।ତେଣୁ ସନ୍ଦେହ କରି ବିଶୋଇ ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଖୋଜାଖୋଜି କରି ନାଳରୁ ମୃତା ବୃଦ୍ଧାକୁ ଉଦ୍ଧାର କରିଥିଲେ‌।ପରେ ମୃତକର ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର‌ ହସ୍ପିଟାଲକୁ ପଠାଇଛନ୍ତି ।ଆସନ୍ତାକାଲି ଶଵ ବ୍ୟବଛେଦ କରାଯିବ ।ପୋଲିସ ତଦନ୍ତ କରୁଛି 

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ରାଇରଙ୍ଗପୁର କୋର୍ଟରେ ପୃଥକ ପୃଥକ ଘଟଣାରେ ଅଭିଯୁକ୍ତମାନଙ୍କୁ ଜୋରିମିନା ସହ କାରାଦଣ୍ଡ

Sunil Chandra Nayak

ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

masiha

ରାଧାନଗର ଛକ ନିକଟରେ ବାଇକ୍ ଦୁର୍ଘଟଣା, ଦୁଇ ଜଣ ମୃତ୍ୟ

masiha

Leave a Comment

error: Content is protected !!