ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପେଟ୍ରୋଲ-ଡିଜେଲର ଦର ଵୃଦ୍ଧି ବାତିଲ ଓ ନିଟ୍ ପେପର ଲିକ ଦୁର୍ନୀତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସିପିଏମର ପ୍ରତିବାଦ

ପେଟ୍ରୋଲ-ଡିଜେଲର ଦର ଵୃଦ୍ଧି ବାତିଲ ଓ ନିଟ୍ ପେପର ଲିକ ଦୁର୍ନୀତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସିପିଏମର ପ୍ରତିବାଦ

ବ୍ରହ୍ମପୁର ତା ୧୬/୦୫ ପେଟ୍ରୋଲ ଡିଜେଲ ଓ CNG ର ଦରବୃଦ୍ଧି ବାତିଲ ଦାବିରେ ସିପିଏମ ପକ୍ଷରୁ କମାପଲି ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବକ୍ତା ମାନେ ତୈଳ ସଙ୍କଟ ପାଇଁ ମୋଦି ସରକାର ତ୍ରୁଟିପୂର୍ଣ୍ଣ ଓ ଅପାରଗତା କାର୍ଯ୍ୟହିଁ ଦାୟୀ ବୋଲି ଅଭିଯୋଗ କରିଥିଲେ। ମୋଦି ସରକାର ତୈଳ ସଙ୍କଟ ସମାଧାନ ପରିବର୍ତ୍ତେ ଚାରି ରାଜ୍ୟରେ ସରକାର ଦଖଲ ପାଇଁ ଲାଗିପଡିଲେ।ସେହିଭଳି ଟ୍ରମ୍ପ ନିର୍ଦ୍ଧେଶରେ ଋଷିଆରୁ ତେଲ ନ କିଣିବା, ଇରାନ ପରିବର୍ତ୍ତେ ଇସ୍ରାଇଲ ସପକ୍ଷରେ ଅବସ୍ଥାନ ଗ୍ରହଣ ଯୋଗୁଁ ଦେଶରେ ତୈଳ ଓ ଗ୍ୟାସର ସଙ୍କଟ ସୃଷ୍ଟି ହୋଇଛି।ବର୍ତ୍ତମାନ ଏହି ସଂକଟର ବୋଝ ସାଧାରଣ ଲୋକଙ୍କ ଉପରେ ଲଦିବା ପରିବର୍ତ୍ତେ ଲିଟର ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବାବଦରେ ଆଦାୟ କରୁଥିବା ପ୍ରାୟ ୫୦ଟଙ୍କାରୁ ଭରଣା କରିବା ପାଇଁ ଦାବୀ କରାଯାଇଛି।କେନ୍ଦ୍ରସରକାର ଗତ ଦଶ ବର୍ଷ ମଧ୍ୟରେ ପ୍ରାୟ ୪୪ ଲକ୍ଷ କୋଟି ଓ ତୈଳ କମ୍ପାନୀ ଗୁଡିକ ସାଢ଼େ ୩ଲକ୍ଷ କୋଟି ଲାଭ ଉଠାଇଛନ୍ତି।ପରିସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ପାଣ୍ଠି କୁ ବିନିଯୋଗ କରିବା ପାଇଁ ଦାବି କରାଯାଇଛି।

ସେହିଭଳି ମୋଦି ସରକାର କ୍ଷମତାସୀନ ହେବାପରେ ନିଟ ପରୀକ୍ଷାରେ ବାରମ୍ବାର ଘୋଟଲା ହୋଇଯାଇଛି।ଲକ୍ଷ ଲକ୍ଷ ମେଧାବୀ ଛାତ୍ରଙ୍କ ଭବିଷ୍ୟତକୁ ବଳି ପକାଇ ଡାକ୍ତର ପରିବର୍ତ୍ତେ ଡକାୟତ ସୃଷ୍ଟି କରାଯାଉଛି।ଏଥିରେ ଶିକ୍ଷା ବିଭାଗ, NTA ଓ ଶିକ୍ଷା ବେପାରୀ ମାନଙ୍କର ଏକ ଅସାଧୁ ମେଣ୍ଟ ସକ୍ରିୟ ହୋଇଛି।NTA କୁ ସ୍ଵଛ ଓ ଲକ୍ଷ ଲକ୍ଷ ମେଧାବୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଓ ଉତ୍ତମ ଚିକିତ୍ସା ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

ଏହି ପ୍ରତିବାଦ ସଭାରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, ବାବୁଲି ନାୟକ, ଗୋକୁଳ ତ୍ରିପାଠୀ, କେଶବ ଗୌଡ଼, ହରି ନାହାକ, ଚିଟିବାବୁ, ରାଜରାଓ ,ମଧୁ ବେହେରା, ଗୋପାଳ ପାଣିଗ୍ରାହୀ, ପ୍ରଶାନ୍ତ ବିଶୋଇ, ଅଜିତ ପାଣିଗ୍ରାହୀ, ମୋହନ ରାଓ, କାଳି ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

Related posts

ଅନାସ୍ଥା ଭୋଟିଂରେ ହାରିଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅଧ୍ୟକ୍ଷା , ପରାଜିତ ହେଲେ କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ

masiha

ହରଜିନ୍ଦର ସିଂ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବି ସାମୁଖ୍ୟର ସଭାପତି ମନୋନିତ

Sunil Chandra Nayak

ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଗଣବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!