ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଜଙ୍ଗଲ ଅଧିକାର ଆଇନ ଉପରେ ତାଲିମ ଶିବିର 

ମୟୂରଭଞ୍ଜ – (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପିସିଏମ ଭବନ ପରିସରରେ ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଵସୁନ୍ଧରା’ ଏବଂ ମୟୂରଭଞ୍ଜ ଜିଲ୍ଲା ଜଙ୍ଗଲ ମଂଚ ମିଳିତ ଆନୁକୂଲ୍ୟରେ ଐତିହାସିକ ଜଙ୍ଗଲ ଅଧିକାର ଆଇନ-୨୦୦୬ ଉପରେ ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଅଛି ହେଲେ ଜଙ୍ଗଲ ଉପରେ ମଣିଷର କି କି ଅଧିକାର ଅଛି ।ଜଙ୍ଗଲ ଆଇନ କ’ଣ ; ତାହା ଉପରେ ଆମେ ସମସ୍ତେ ଜାଣି ନାହାନ୍ତି । ସେଥିପାଇଁ ଜଙ୍ଗଲ ଆଇନ ଉପରେ ବସୁନ୍ଧରା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ମୟୂରଭଞ୍ଜ ଜଙ୍ଗଲ ମଂଚ ବିଭିନ୍ନ ସ୍ଥାନରେ କର୍ମଶାଳା କରି ସାଧାରଣ ଜନତା,ଜଙ୍ଗଲ ପାଖ ଗାଁ ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କୁ ସଚେତନା କରାଉଛି । ମୟୂରଭଞ୍ଜ ଜିଲ୍ଲା ଜଙ୍ଗଲ ମଂଚ ସଭାପତି ଵିଷ୍ନୁନାଥ ପୂର୍ତ୍ତିଙ୍କ ଦ୍ଵାରା ଆୟୋଜିତ ଏହି ପ୍ରଶିକ୍ଷଣରେ ବସୁନ୍ଧରା ସ୍ବେଛାସେବୀ ଅନୁଷ୍ଠାନର ପ୍ରୋଗ୍ରାମ ଅଫିସର ଅରବିନ୍ଦ ରାଉତ,ରଂଜିତା ପଟ୍ଟନାୟକ, ଶ୍ୟାମସୁନ୍ଦର ସାହୁ,ମନୋଜ ଦେହୂରୀ, ବିଶ୍ବନାଥ ତୁଙ୍ଗ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ପ୍ରଶିକ୍ଷକ ମାନେ ଜଙ୍ଗଲ ଅଧିକାର ଆଇନର ବିଭିନ୍ନ ଦିଗ ଉପୂରେ ଲୋକପାତକରିବା ସହିତ ଆଇନର ସମସ୍ତ ପ୍ରାବଧାନ ଉପରେ ଆଲୋଚନା କରିଥିଲେ । ବନବାସୀ ଙ୍କ ଉପରେ ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରି ଜଙ୍ଗଲ ଉପରେ ସେମାନଙ୍କର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ଆଇନ ସମ୍ମତ ସ୍ଵିକୃତି ଦେବା ପାଇଁ ଏହି ଆଇନ ପାଳିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଜଙ୍ଗଲ ମଂଚ ଏବଂ ବସୁନ୍ଧରା ସହାୟତାରେ ମୟୂରଭଞ୍ଜ ଜିଲ୍ଲାର ୪ ଗୋଟି ଉପଖଣ୍ଡରେ ୨୬ ଟି ବ୍ଳକରେ ଥିବା ସଦସ୍ଯ ସଦସ୍ଯାମାନଙ୍କୁ ଆଇନ ଓ ଅଧିକାର ପାଇଁଁ ଦାବି ଦାଖଲର ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରିଛି ।ଏହା ଫେବୃଆରୀ ୧୩ ରୁ ମାର୍ଚ ୪ ତାରିଖରେ ଶେଷ ହେବ ।ଜିଲ୍ଲାର ସମସ୍ତ ଗାଁ ରେ କିପରି ଗୋଷ୍ଠୀଗତ ଦାବି ଉପଖଣ୍ଡ ସ୍ତରୀୟ କମିଟିରେ ଉପସ୍ଥାପନ ହୋଇପାରିବ ତାହାକୁ ଲକ୍ଷ କରି ଏହି ପ୍ରଶିକ୍ଷଣ ଶିବିରରେ ମଧ୍ୟ ତାହାର କାର୍ଯ୍ୟଧାରା ପ୍ରସ୍ତୁତ ହେଉଛି ।କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଜଙ୍ଗଲ ମଂଚ ସଂପାଦକ ମୁରଲୀଧର ନାଏକ, କୋଷାଧ୍ୟକ୍ଷ ମୁକୁଲ ମୁର୍ମୁ, ଵାମନଘାଟୀ ଉପଖଣ୍ଡ ସଭାପତି ମଟକା ବିରୁଆ,ପରିଷଦ ସଦସ୍ୟା ସାରିନା ହେମ୍ବ୍ରମ,ଜଟିଆ ସାୟାଁ, ଯୁଧିଷ୍ଠିର ଧୀର,ଲାଲମୋହନ ବିନ୍ଧାଣି,କରାଯାଇ ସୋରେନ ,ତପସ଼୍ବିନୀ ଧୀର, ପାର୍ବତୀ ଟୁଡୁ,ସତ୍ୟଭାମା ପାତ୍ର ପ୍ରମୁଖ ବହୁ ସଦସ୍ୟ ଓ ସଦସ୍ୟା ପ୍ରଶିକ୍ଷଣ ନେଇଥିଲେ ।

ମୟୂରଭଞ୍ଜ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ରାମାଧୀନ ସଂସ୍କୃତ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ-2023 ଉଦଘାଟନ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବାବାସାହେବ୍ ଡ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୬ତମ ଜୟନ୍ତୀ ମହାସମାରୋହ ରେ ପାଳିତ 

Sunil Chandra Nayak

ଆଳି ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!