ଡ଼ାବୁଗାଁ ୧୫/୬ (ମ.ନି.ସ.)- ଗୁରୁବାର ମଧ୍ୟାନ୍ନରେ ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧିନ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ଏକ ଅଟୋ ଓ କାର ମୁହାଁମୁହିଁ ଧକ୍କା ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ:- ଡ଼ାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ପୂଜାରିଗୁଡ଼ା ଗ୍ରାମରୁ ଏକ ଅଟୋ ନଂ ଓଡ଼ି ୨୪ ଡି ୯୩୯୩ ଡ଼ାବୁଗାଁ ଅଭିମୁଖେ ଆସୁଥିବା ବେଳେ ଡ଼ାବୁଗାଁ ପଟୁ ଉମରକୋଟ ଅଭିମୁଖେ ଯାଉଥିବା ଏକ କାର ଡିଏଲ ୩ ସିସି ୯୨୫୦ ଝାଲିଆଗୁଡ଼ା ଜଙ୍ଗଲ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ କାର ଚାଳକ ନବରଙ୍ଗପୁର ସହର ର ମାନିକ ରଏ (୪୩) ଓ ଅଟୋ ଚାଳକ ପୁଜାରୀଗୁଡା ଗ୍ରାମ ର ପୁସ୍ତମ କଲାର (୧୯) ଆହତ ହୋଇଛନ୍ତି । କାରରେ ଥିବା ମହିଳା ଙ୍କ ଝିଅ ତେଜସ୍ଵୀନି କେନ୍ତାଳ (୪) କୌଣସି ଆଘାତ ଲାଗି ନାହିଁ | ଖବରପାଇ ଡ଼ାବୁଗାଁ ଥାନ ଏଏସଆଇ ବିଜୟ କୁମାର ସାହୁ ଓ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଉଭୟ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।