ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଅରବିନ୍ଦ – ଭବିଷ୍ୟତର ବାର୍ତ୍ତାବହ 

ଶ୍ରୀଅରବିନ୍ଦ – ଭବିଷ୍ୟତର ବାର୍ତ୍ତାବହ 

ନବରଙ୍ଗପୁର:( ରବି ନାରାୟଣ ମହାନ୍ତି)ମହାନ ଜାତୀୟବାଦୀ, ବିପ୍ଲବୀ ତଥା ମହଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳନ ଅବସରରେ ନବରଙ୍ଗପୁର ଦଶହରାପଦାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଏକ ସାନ୍ଧ୍ୟ କାଳୀନ ବିଶେଷ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି..।

” ଭାରତବର୍ଷ, ଏହାର ଭବିଷ୍ୟତ ଏବଂ ଶ୍ରୀଅରବିନ୍ଦ “ବିଷୟ ଉପରେ ସାରଗର୍ଭକ ବକ୍ତବ୍ୟ ଦେଇ ଶ୍ରୀ ସୁଧୀରାଜ ରାଉତ ଶ୍ରୀକୃଷ୍ଣ ଏବଂ ପରେ ଶ୍ରୀଅରବିନ୍ଦଙ୍କ ଭାରତ ଏବଂ ବିଶ୍ୱ ମାନବ ଜାତି ଲାଗି ଆଧ୍ୟାତ୍ମିକ ଅବଦାନ ତଥା ଭାରତର ମହାନତା ଏବଂ ଉଜ୍ଜଳମୟ ଭବିଷ୍ୟତ ସମ୍ବନ୍ଧରେ ଆଲୋକପାତ କରିଥିଲେ ଏବଂ ଶ୍ରଅରବିନ୍ଦ ଙ୍କୁ ଭବିଷ୍ୟତର ବାର୍ତ୍ତାବହ ରୂପେ ଅଭିହିତ କରିଥିଲେ…. ସ୍ଥାନୀୟ ପାଠଚକ୍ରର ସଭ୍ୟାମାନେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ..ଏହି ଅବସରରେ ଦିବ୍ୟ ସୁରଭି ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା… ଜିଲ୍ଲା ଆବାହିକା ସଙ୍ଗୀତା ପଟ୍ଟନାୟକ କୃତଜ୍ଞତା ଅର୍ପଣ କରିଥିଲେ.. ଶ୍ରୀ ସୁରେଶ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

ପ୍ରାରମ୍ଭରେ ପବିତ୍ର ଦେହାଂଶ ପୀଠ ପାର୍ଶ୍ୱରେ ସମବେତ ଧ୍ୟାନ କରାଯାଇଥିଲା… ପ୍ରଭାତରେ ସମବେତ ଧ୍ୟାନପୂର୍ବକ ଆଶୀର୍ବାଦ ବାଣୀ ଉନ୍ମୋଚିତ ହୋଇଥିଲା lଏହି କାର୍ଯ୍ୟକ୍ରମରେ ୱାଇ. ପ୍ରଭାକର ପାତ୍ର, ସନ୍ତୋଷ ପଟ୍ଟନାୟକ, ମିହିର ସେଠୀ, ଝରଣା ପଟ୍ଟନାୟକ, ରଘୁରାମ ମଣ୍ଡଳ, ଭବାନୀ ମିଶ୍ର, ଶ୍ରୀଧର ଶତପଥି, ପି. ରବିକାନ୍ତ ରଘୁରାମ, ତୁଳସୀରାମ ବେହେରା, ଗୋକୁଳ ଚନ୍ଦ୍ର ଖାଡ଼ଙ୍ଗା, ଅଭିମନ୍ୟୁ ବେହେରା ଙ୍କ ସମେତ ଅନେକ ଶ୍ରୀମା ଶ୍ରୀଅରବିନ୍ଦ ଅନୁଗାମୀ ଯୋଗ ଦେଇଥିଲେ lକାର୍ଯ୍ୟକ୍ରମ ପରିଚାଳନାରେ ଚନ୍ଦନ ଭୂମିଆ, ସୁଜାତା ପଟ୍ଟନାୟକ, ପ୍ରପର୍ଣ୍ଣା ସାହୁ, ସୁଜାତା ମିଶ୍ର,ଉମା ମହେଶ୍ୱର ପଟ୍ଟନାୟକ, ସବିତା ପଟ୍ଟନାୟକ, ରଶ୍ମିରାଣୀ ବେହେରା, ପଦ୍ମଜା ବେହେରା, ଉତ୍କଳିକା ବେହେରା, ଶ୍ରୀନିବାସ ପଟ୍ଟନାୟକ ଦେବକୀ ଯାନୀ, ଡି. କ୍ରିଷ୍ଣା,ରିତାଞ୍ଜଳୀ ଗୌଡ଼, ଓମ ପ୍ରକାଶ ପ୍ରମୁଖ ତଥା ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ l 

Related posts

ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା

masiha

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

Sunil Chandra Nayak

ଦ୍ୱି – ଦିବସୀୟ କୃଷକ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!