ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

କଟକ : ସମାଜସେବୀ ତଥା ବାଲୁ ବଜାର ପୂଜା କମିଟି ସଭାପତି ପୃଥ୍ୱୀରାଜ ସାହୁଙ୍କ ଦ୍ୱାରା ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ମନୋରମା ରଥ ସଭାପତିତ୍ଵରେ ଅନୁଷ୍ଟିତ ସଭାରେ ମୂଖ୍ୟ ଅତିଥି ପୁରୀଘାଟ ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଂଜନ ନାୟକ, ସମ୍ମାନୀୟ ଅତିଥି ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ ଯୋଗ ଦେଇଥିଲେ । ସଭାରେ ସମାଜସେବୀ ତଥା ଉପର ତେଲେଙ୍ଗା ବଜାର ପୂଜା କମିଟି ସହ ସମ୍ପାଦକ ସମ୍ପଦ କୁମାର ମଲ୍ଲିକ, ସୟଦ କାଶୀଫୁଲ ଇସଲାମ ( ସି.ଆର.ସି.ସି ),ଶିକ୍ଷୟିତ୍ରୀ ରଶ୍ମିତା ବେହେରା,ସୁନିତା ନାୟକ,ପ୍ରୀତି ଦାସ,ମଧୁସ୍ମିତା ମଲ୍ଲିକ,ଅର୍ଣ୍ଣପୂନ୍ନା ମହାରଣା,ମିନତୀ ସାହୁ ଓ ନିହାରିକା ନାୟକ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ମାନେ ସ୍କୁଲରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ଛାତ୍ରୀ ଶିବାନୀ ବାରିକ,ପ୍ରିୟଙ୍କା ସେଠୀ, ପୁଣ୍ଣମାସୀ ବେହେରା,ଆୟେଶା ମହାରଣା ଓ ଅଙ୍କିତା ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏଥି ସହିତ ଦୁଇଜଣ ପୁରାତନ ଛାତ୍ରୀ ଶୁଭସ୍ମିତା ସିଂ ଓ ସତ୍ୟରୁପା ବେହେରାଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନୀୟ ଅତିଥି ଫୋଟୋ ସାମ୍ବାଦିକ ଶ୍ରୀ ମଲ୍ଲିକ ଫେସବୁକ ସାମାଜିକ ଅନୁଷ୍ଠାନ “ଆମ ପରିବାର ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ସର୍ବୋଚ୍ଚ ନମ୍ୱର ରଖିଥିବା ପ୍ରଥମ ଛାତ୍ରୀଙ୍କୁ ପାଞ୍ଚଶହ ଟଙ୍କା ଦ୍ୱତୀୟ ଛାତ୍ରୀଙ୍କୁ ଦୁଇଶହ ଟଙ୍କା ଓ ତୃତୀୟ ଛାତ୍ରୀଙ୍କୁ ଏକଶହ ଟଙ୍କା ସହିତ ଏକ କଲମ ଉପହାର ସ୍ୱରୂପ ଦେଇ କୃତୀ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ

masiha

ନୃତ୍ୟାଳୟ କଥକ କଳାକେନ୍ଦ୍ର ଦ୍ୱାରା ନୃତ୍ୟ ତରଙ୍ଗ ଆୟୋଜିତ 

Sunil Chandra Nayak

ବହୁଜନ ସଂଗ୍ରାମ ସମିତି ତରଫରୁ ମହାତ୍ମା ଜ୍ୟୋତିବା ଫୁଲେ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!