ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁପ୍ରଷିଦ୍ଧ ହୃଦରୋଗ ବିଶେଷଜ୍ଞ ଡା ମହେନ୍ଦ୍ର ନାଥ ଦାସଙ୍କ ଦେହାନ୍ତ

ସୁପ୍ରଷିଦ୍ଧ ହୃଦରୋଗ ବିଶେଷଜ୍ଞ ଡା ମହେନ୍ଦ୍ର ନାଥ ଦାସଙ୍କ ଦେହାନ୍ତ

ରାଇରଙ୍ଗପୁର – : ଓଡିଶାର ସୁନାମଧନ୍ଯ ତଥା ମୟୂରଭଂଜ ଜିଲ୍ଲାର ଜଣାଶୁଣା ଅତିପ୍ରିୟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ନାଥ ଦାସ (୭୬)ଙ୍କର ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। । ତାଙ୍କ ବିୟୋଗରେ ଚିକିତ୍ସା କ୍ଷେତ୍ରରେ ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବାଲେଶ୍ୱର ଜିଲ୍ଲାର ବର୍ଦ୍ଧନପୁର ଗ୍ରାମରେ ୨୨ ମଇ ୧୯୪୮ ମସିହାରେ ଡାକ୍ତର ଦାସ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୧ ମସିହାରେ ଏମବିବିଏସ ଏବଂ ପରବର୍ତ୍ତୀ ସମୟରେ ୧୯୭୭ ମସିହାରେ ପଲମୋନାରୀ ଡିଜିଜେସ୍‌ରେ ଏମଡି ଡିଗ୍ରୀ ହାସଲ କରିଥିଲେ।

ଚିକିତ୍ସା ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ସେ ନିଜ କାର୍ଯ୍ୟକାଳ ମଧ୍ୟରେ କଟକ ସିଟି ହସ୍ପିଟାଲ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦକ୍ଷ ଡାକ୍ତର ଭାବେ ନିଷ୍ଠାର ସହିତ ସେବା ଯୋଗାଇ ଦେଇଥିଲେ। ଫେବୃଆରୀ ୨୦୦୬ରେ ସେ ବାରିପଦା ହସ୍ପିଟାଲର ଯୁଗ୍ମ ନିର୍ଦ୍ଦେଶକ ପଦବୀରୁ ଅବସର ଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦାରେ ରହିଆସୁଥିବା ବେଳେ ସେ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ପ୍ରଶଂସାର ପାତ୍ର ହୋଇଥିଲେ । 

ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ବର୍ଗର ଡାକ୍ତର, ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ: ଦ୍ୱିତୀୟ ସ୍ଥାନରେ ଯୋରାଡବରା ହାଇସ୍କୁଲ 

Sunil Chandra Nayak

ଗଙ୍ଗାଧରୀୟ ଚେତନାରେ ଉଦବୁଦ୍ଧ ସିନାପାଲିରେ ଏବେ ଵି କଵି ବଞ୍ଚିଛନ୍ତି –  ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ରାଜ୍ୟ ସ୍ତରୀୟ ସ୍ବଭାବକବି ଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!