ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାର ମାନଙ୍କୁ ଦାଦନ ମୁକ୍ତ କରିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ : ମହାସଂଘ 

କଳାକାର ମାନଙ୍କୁ ଦାଦନ ମୁକ୍ତ କରିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ : ମହାସଂଘ 

ବ୍ରହ୍ମପୁର,୧୮/୮/୨୫ : ଉତ୍କୃଷ୍ଟ କଳାର ପ୍ରଦେଶ ଉତ୍କଳ ବା ଓଡ଼ିଶା ପ୍ରଦେଶରେ ଆଜି କଳାକାର ସମାଜ ଘୋର ଆର୍ଥିକ ସଙ୍କଟ ଦେଇ ଜୀବିକା ନିର୍ବାହ କରୁଛନ୍ତି । ଏହି ହେତୁ ବହୁ କଳାକାର ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ବିଶେଷତଃ ଗ୍ରାମାଞ୍ଚଳରେ ବହୁଳ । ଫଳରେ ଗ୍ରାମୀଣ ନାଟ୍ୟ ସଂସ୍ଥା ନିଷ୍କ୍ରିୟ ହୋଇଯାଉଛି । କଳାକାର ଅଭାବ ଘେନି ବହୁ ଲୋକ କଳା ଓ ଲୋକ ନାଟକ ଲୁପ୍ତ ପ୍ରାୟ । ସରକାର ଏ କ୍ଷେତ୍ରରେ ଯଥାର୍ଥ ପଦକ୍ଷେପ ନେବା ସହିତ କଳାକାରଙ୍କ ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘେନି ଯତ୍ନଶୀଳ ହେବା ଉଚିତ ବୋଲି କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ମହାସଚିବ ସୁବାସ ଚନ୍ଦ୍ର ସାହୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

            ଦୁଇ ଦିନ ତଳେ ଆସିକା ସନ୍ନିକଟ ଜୟପୁର ଗ୍ରାମସ୍ଥ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ଯୁବ ନାଟ୍ୟ ସଂଘର ଜନୈକ ବରିଷ୍ଠ କଳାକାର ଲିଙ୍ଗରାଜ ସ୍ୱାଇଁ ଦାଦନ ଖଟିବା ପାଇଁ ସୁଦୂର ଚେନାଇ ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଷ୍ଟେସନ ଓ ବିଶାଖାପାଟଣା ଷ୍ଟେସନ ମଧ୍ୟରେ ଚଳନ୍ତା ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି । ସେ ଜଣେ ପ୍ରତିବାଦୀପ୍ତ କଳାକାର ଥିଲେ । ଗ୍ରାମୀଣ ନାଟକ ବୀର ଶିଶୁ ଅଭିମନ୍ୟୁ ନାଟକରେ ଦୁଃଶାସନ ଭୂମିକାରେ ଅତି ସୁନ୍ଦର ଅଭିନୟ କରୁଥିଲେ । ତାଙ୍କରି ରୋଜଗାରରେ ତାଙ୍କ ପରିବାର ଚଳୁଥିଲା । ତାଙ୍କରି ଅକାଳ ମୃତ୍ୟୁରେ ବୃଦ୍ଧ ପିତା-ମାତା, ପତ୍ନୀ ଓ ଦୁଇ ତିନି ବର୍ଷର କନ୍ୟା ସନ୍ତାନ ସମ୍ପୂର୍ଣ ବେସାହାରା ହୋଇ ପଡିଛନ୍ତି । ତାଙ୍କର କେବଳ ପୈତୃକ ଘର ଖଣ୍ଡିକ ବାଦ ଆଉ କିଛି ନାହିଁ । ସେମାନଙ୍କ ବଂଚିବା ରାହା କିଛି ନାହିଁ କହିଲେ ଚଳେ । ଖବର ପାଇ ପିତା ଭୋବନି ସ୍ୱାଇଁ ମୁଣ୍ଡରେ ହାତଦେଇ କିଂକର୍ତ୍ତବ୍ୟ ବିମୂଢ଼ ଅବସ୍ଥାରେ ।

          ଦିବଂଗତ ଲିଙ୍ଗରାଜଙ୍କ ବିୟୋଗରେ ଆସିକା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଈଶ୍ବର ସହାୟ ନିମନ୍ତେ ମହାସଂଘ ପକ୍ଷରୁ ପ୍ରାର୍ଥନା କରାଯାଇଛି । ଏହି ଦୁର୍ବଳ ମୁହୂର୍ତ୍ତରେ ଦିବଂଗତ ଲିଙ୍ଗରାଜ ବାବୁଙ୍କ ଶୋକସନ୍ତପ୍ତ ପରିବାରକୁ ଜିଲ୍ଲା ପ୍ରସାଶନ ଓ ରାଜ୍ୟ ସରକାର ଯଥାର୍ଥ ସହାୟତା ଯୋଗାଇ ଦେବା ନିମନ୍ତେ ମହାସଂଘ ତରଫରୁ ନିବେଦନ କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା

Sunil Chandra Nayak

ତାରାଗାଁ ରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

masiha

କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ

Sunil Chandra Nayak

Leave a Comment

error: Content is protected !!