ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି
ହିଞ୍ଜିଳିକାଟୁ, ତା ୩୦/୦୩ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ହୋଇଥିଲା ।ଶିବିରରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କନ୍ଧର୍ବ ସ୍ୱାଇଁ ପରିଚାଳନା କରିଥିଲେ । ସରପଞ୍ଚ ସନ୍ତୋଷ କୁମାର ସାହୁ,ଅତିରିକ୍ତ ତହସିଲଦାର ସୁରଜ କୁମାର ବେହେରା,ସମିତି ସଭ୍ୟ ଜଗବନ୍ଧୁ ସାହୁ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ ପ୍ରଧାନ,ସିଡିପିଓ ବିଜୟଲଷ୍ମୀ ପାଢ଼ୀ,ବ୍ଳକ ଉପାଧ୍ଯକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ଯୋଗ ଦେଇଥିଥିଲେ । ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ, ଅପେକ୍ଷିତ ଓ ସରକାରୀ ସୁବିଧାରୁ ବଞ୍ଚିତ ହିତାଧୁକାରୀ, ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ନିଜର ବିଭିନ୍ନ ଯୋଜନାରୁ ଉପକୃତ ହେବା ପାଇଁ ଅଭିଯୋଗ ରଖିଥିଲେ । ଆଜିର ଦ୍ଵିତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣିରେ ମୋଟ ୩୦ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ ରାସନ କାର୍ଡ ୦୯ଟି,ସୁଭଦ୍ରା ଯୋଜନା ୦୭ଟି,ଗ୍ରାମୀଣ ଆବାସ ୦୪ଟି, ସାମୁହିକ୦୧, ଜଳଯୋଗାଣ ୦୧ ଓ ବ୍ୟକ୍ତି ଗତ ଭାବେ ବିଭିନ୍ନ ବିଭାଗ ପାଇଁ ୦୮ଟି ଅଭିଯୋଗ ଦାଖଲ ହୋଇଥିଲା ।ଅନ୍ୟମ ମଧ୍ୟରେ ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ୱାଇଁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅଧିକାରୀ ବନଶ୍ରୀ ଦାଶ, ରାଜସ୍ବ ନିରୀକ୍ଷକ ଅରବିନ୍ଦ ଦାସ, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଗିରିଷ ନାୟକ,ସହକାରୀ ଯନ୍ତ୍ରୀ ଡି. ଅଶୋକଙ୍କ ସମେତ ଅନ୍ୟାନ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶିବିରରେ ଆଶା, ଅଙ୍ଗନବାଡି ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

