ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଯାପିତ

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଯାପିତ

ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କଳାହାଣ୍ଡି ଜିଲ୍ଲା ୟୁନିଟ୍ ଦୁଇଦିନିଆ ଜିଲ୍ଲା କ୍ୟାମ୍ପୋରି ଧର୍ମଗଡ଼ କଳାହାଣ୍ଡି ଉତ୍ସଵ ପଡ଼ିଆ ଠାରେ ଆଜି ଉଦଯାପିତ ହୋଇଯାଇଛି।କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ କଳାହାଣ୍ଡି ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଧର୍ମଗଡ଼ ଡିଏସପି ଭର୍ଷିତା ଅପେଡୁ, ଧର୍ମଗଡ଼ ବ୍ଳକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ଭାରତ ସ୍କାଉଟ ଓ ଗାଇଡ୍ସର ଜିଲ୍ଳା ସଂପାଦକ ରୂପ ସିଂ ରାଉତ,ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ,ସ୍କାଉଟ୍ସ ଏବଂ ଗାଇଡ୍ସ ର ଜିଲ୍ଲା କମିଶନର ମହେନ୍ଦ୍ର କୁମାର ପଣ୍ତା,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଧର୍ମଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ତା, ଅରୂପା ନନ୍ଦ ଭୋଇ ଏହି ଅବସରରେ ଉପସ୍ଥିତ ଥିଲେ।ସ୍କାଉଟ୍ସ ଏବଂ ଗାଇଡ୍ସ ର ସଂପାଦକ ତଥା ଆୟୋଜକ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଶିକ୍ଷକ ତେଜେଶ୍ୱର ସାହୁ କାର୍ଯକ୍ରମ ପରିଚାଳନା କରିଥିବା ବେଳେ ମିଡ଼ିଆ ସଂଯୋଜକ ସଞ୍ଜିତ କୁମାର ପଣ୍ତା, ନରେନ୍ଦ୍ର କୁମାର ଜଗତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତା ରେ କର୍ଲାମୁଣ୍ଡା ସ୍କାଉଟ ଓ ଗାଇଡ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନର୍ଲା ବ୍ଲକ ଦ୍ୱିତୀୟ ଓ ମଦନପୁର ରାମପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଜେନେରାଲ କ୍ୟାମ୍ପଫାୟାର ରେ ଭବାନୀପାଟଣା ବ୍ଲକ ପ୍ରଥମ,ଧର୍ମଗଡ଼ ବ୍ଳକ ଦ୍ୱିତୀୟ ଓ କେସିଙ୍ଗାବ୍ଲକ ତୃତୀୟ ସ୍ଥାନପାଇଥିଲେ। ପ୍ରଦର୍ଶନୀ ରେ କର୍ଲମୁଣ୍ଡା ବ୍ଲକ ପ୍ରଥମ,ଭବାନୀପାଟଣା ବ୍ଲକ ଦ୍ୱିତୀୟ ଓ କୋକସରା ବ୍ଲକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫୁଡ୍ ମେଳାରେ ଧର୍ମଗଡ଼ ବ୍ଲକ ସ୍କାଉଟ ଓ ଗାଇଡ୍ସ ଦଳ ପ୍ରଥମ,ଭବାନୀପାଟଣା ବ୍ଲକ ଦ୍ୱିତୀୟ ଓ କେସିଙ୍ଗା ବ୍ଲକ ତୃତୀୟ ସ୍ଥାନ ଅଧିକାର କରି ମଞ୍ଚାସୀନ ଅତିଥି ଙ୍କ ନିକଟରୁ ପୁରସ୍କାର ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ,ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଓଡିଶା ଭାରତ ସ୍କାଉଟ ଓ ଗାଇଡ୍ସ,ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଉକ୍ତ କ୍ୟମ୍ପୋରୀରେ କଳାହାଣ୍ଡି ଜିଲ୍ଲା ୧୩ଗୋଟି ବ୍ଲକ ର ୬୧୨ ଜଣ ଶିବିରାର୍ଥି ଯୋଗ ଦେଇଥିଲେ 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

“ସକ୍ଷମ” ତରଫରୁ ଋଷି ଅଷ୍ଟବକ୍ରଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ସାମାଜିକ କର୍ମୀ ଶୈଳରାଜ ପାଣିଙ୍କ ନେତୃତ୍ୱରେ ପଶୁପକ୍ଷୀଙ୍କ ପାଇଁ ଜଳଦାନ ସେବା 

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାନପୋଷ ଇକୋ କ୍ଲବ୍‌ ପକ୍ଷରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ସଚେତତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!