ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ନୀଳଲୋହିତ ସିଂ ମାଝୀଙ୍କ ଦଶାହ କ୍ରିୟାରେ ପ୍ରାଥମିକ ଶିକ୍ଷକ ସଂଘର ମାନବିକ ସହଯୋଗ

ଶିକ୍ଷକ ନୀଳଲୋହିତ ସିଂ ମାଝୀଙ୍କ ଦଶାହ କ୍ରିୟାରେ ପ୍ରାଥମିକ ଶିକ୍ଷକ ସଂଘର ମାନବିକ ସହଯୋଗ

ନୂଆପଡା, ୧୩/୫ (ବିଘ୍ନରାଜ ତାଣ୍ଡିଙ୍କ ରିପୋର୍ଟ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଫୁରଶୁଣ୍ଡ ଗ୍ରାମର ସ୍ୱର୍ଗତ ଶିକ୍ଷକ ନୀଳଲୋହିତ ସିଂ ମାଝୀଙ୍କ ଦଶାହ କ୍ରିୟା ଅବସରରେ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କ୍ୟାଡର) ପକ୍ଷରୁ ମାନବିକତାର ନିଦର୍ଶନ ସ୍ୱରୂପ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିବାରକୁ ୧୩,୮୦୦ ଟଙ୍କା ସହାୟତା ଦେଇ ସମବେଦନା ଜଣାଇଥିଲେ।

ସ୍ୱର୍ଗତ ମାଝୀ ଫୁରଶୁଣ୍ଡ ଗ୍ରାମର ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ପରିଚିତ ଥିଲେ। ସେ ଘାଟମାଲ ପଞ୍ଚାୟତ ଅନ୍ତର୍ଗତ ବେଳପାଟିପଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଦଶାହ କ୍ରିୟାରେ ସଂଘର ତରୁଣ କୁମାର ମେହେର, ବେଣୁଧର ନାଏକ, ଖଗେଶ୍ୱର ମେହେର, ଆଲୋକ ରଞ୍ଜନ ପାଣିଗ୍ରାହୀ, ହୀରାଲାଲ ସାହୁ, ଅର୍ଜୁନ ନାଏକ, ସାମନ୍ତ କୁମାର ଦାସ, ଲୋକନାଥ ମେହେର, ଧର୍ମୁ ନାଏକ, ଅଚ୍ୟୁତାନନ୍ଦ ମେହେରଙ୍କ ସମେତ ହୃଷିକେଶ ଛତ୍ରିଆ ଓ ତୁଲାରାମ ନାଗ ଯୋଗଦେଇ ପରିବାରବର୍ଗଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ।

Related posts

ପୂଜାରିଗୁଡା : କମ୍ପ୍ୟୁଟର ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ 

Sunil Chandra Nayak

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

masiha

ହେପାଟାଇଟିସ୍-ସି ଚିକିତ୍ସା ସେବାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜ଼ିଲ୍ଲାକୁ ରାଜ୍ୟରେ ତୃତୀୟ ପୁରସ୍କାର

Sunil Chandra Nayak

Leave a Comment

error: Content is protected !!