ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚାଲିଛି କପିଳ ମୁନିଙ୍କ ପୂର୍ଣ୍ଣାହୁତୀ ଯଜ୍ଞ ଓ ମହୋତ୍ସବ 

ବାଲେଶ୍ଵର,୨୨/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବୌଦ୍ଧକ୍ଷେତ୍ର କୁପାରୀରେ ଚାଲିଛି ବାବା କପିଳ ମୁନିଙ୍କ ମେଳା ଓ ମହୋତ୍ସବ । ବିଭିନ୍ନ ସ୍ଥାନରୁ ଆସିଥିବା ନାମିଦାମୀ ଦୋକାନୀ ଓ ଦୋଳିଖେଳ ସହିତ କୁପାରୀ ମୁନିମେଳା ଅଞ୍ଚଳ ପ୍ରକମ୍ପିତ ହେଉଛି । ମେଳାକମିଟିର ସମ୍ପାଦକ ଜୟନ୍ତ କୁମାର ରାଉତଙ୍କ ଉଦ୍ୟମରେ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ମେଳା । କମିଟିର ସଦସ୍ୟମାନେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ସର୍ବଦା ସଜାଗ ରହିଛନ୍ତି । ଆଜି ଅର୍ଥାତ ତା ୨୨/୦୧/୨୩ ରିଖ ମହୋତ୍ସବର ଶେଷ ଦିବସ ହୋଇଥିବା ବେଳେ ମୁନି ମଣ୍ଡପରେ ପୂର୍ଣ୍ଣାହୁତୀ ଯଜ୍ଞ ଚାଲିଛି । ପଣ୍ଡିତ ସୁରେନ୍ଦ୍ର ପଣ୍ଡା, ବଂଶୀଧର ପଣ୍ଡା ଓ ଅଶୋକ ବହଳି ପୂର୍ଣ୍ଣାହୁତୀ ଯଜ୍ଞପାଠ କାର୍ଯ୍ୟରେ ବ୍ଯସ୍ତ ଥିବାର ଦେଖିବାକୁ ମିଳିଛି । ପୂର୍ଣ୍ଣାହୁତୀ ପରେ ଯଜ୍ଞ କାର୍ଯ୍ୟର ପରିସମାପ୍ତି ଘଟିବ । ପ୍ରତ୍ୟେକ ଦିନ ମହୋତ୍ସବ ଦେଖିବାକୁ ଶହଶହ ଲୋକଙ୍କ ସମାଗମ ହେଉଛି । ଶାନ୍ତିଶୃଙ୍ଖଳାର ସହିତ ଦର୍ଶକମାନେ ମେଳା, ମହୋତ୍ସବ ଓ ଯଜ୍ଞ ଦେଖି ଘରକୁ ଫେରୁଛନ୍ତି । ଏସବୁ ମେଳା କମିଟିର କର୍ମକର୍ତ୍ତା ମାନଙ୍କ ପାଇଁ ହିଁ ସମ୍ଭଵ ହୋଇପାରିଛି । ପ୍ରକାଶ ଥାଉକି- କୁପାରୀ କପିଳମୁନି ମେଳା କମିଟି ଏକ ଶୃଙ୍ଖଳିତ କମିଟି । ସର୍ବଦା ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦିଗରେ କମିଟି ଏବଂ କମିଟିର ସମସ୍ତ ସଦସ୍ୟ ମାନେ ତତ୍ପର ଥାଆନ୍ତି । ଦୈବାତ ଯଦି କୌଣସି ସମସ୍ୟା ଦେଖାଦିଏ କମିଟି ମାଧ୍ୟମରେ ସଂଗେ ସଂଗେ ସମାଧାନ ହୋଇଥାଏ । ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ମୁନିମେଳା ଯାତ୍ରୀଙ୍କ ସମାଗମ ଥିବା ପର୍ଯ୍ୟନ୍ତ ଚାଲିବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି । ଦୀର୍ଘ ପ୍ରାୟ ୩ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ କପିଳ ମୁନିଙ୍କ ମେଳା କୁପାରୀ ଠାରେ ଅନୁଷ୍ଠିତ ହୋଇଆସୁଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାରମ୍ପାରିକ ବାଲିଯାତ୍ରା ଅମଲଭଟ୍ଟା ରେ ଉଦଯାପିତ

Sunil Chandra Nayak

ରାଇରଙ୍ଗପୁରେ ବାହୁଡ଼ାଯାତ୍ରାରେ ଅବସରରେ ବାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ଅନ୍ନପ୍ରସାଦ ବଣ୍ଟନ ସେବା

masiha

ସରlଗୁଡ଼ା ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

Leave a Comment

error: Content is protected !!